Friday, April 10, 2026
25.6 C
Odisha

    ଆମେରିକାରେ ଖଲିସ୍ତାନୀ କାର୍ଯ୍ୟକଳାପ ବନ୍ଦ ହେଉ : ତୁଳସୀଙ୍କୁ କହିଲେ ରାଜନାଥ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର (ମାର୍ଚ୍ଚ ୧୭, ୨୦୨୫) ଆମେରିକାର ଗୁଇନ୍ଦା ମୁଖ୍ୟ ତୁଳସୀ ଗବାର୍ଡଙ୍କୁ ଭେଟିଛନ୍ତି। ଏହି ସମୟରେ ଆମେରିକା ମାଟିରେ ଭାରତୀୟ ସ୍ୱାର୍ଥ ବିରୁଦ୍ଧରେ କାର୍ଯ୍ୟ କରୁଥିବା ଖଲିସ୍ତାନୀ ଉଗ୍ରବାଦୀଙ୍କ ପ୍ରସଙ୍ଗ ଉଠିଥିଲା। ଆଲୋଚନାରେ ମନ୍ତ୍ରୀ ଖାଲିସ୍ତାନୀ ସଂଗଠନ ଏସଏଫଜେ (ଶିଖ୍ ଫର୍ ଜଷ୍ଟିସ୍)ର ଭାରତ ବିରୋଧୀ କାର୍ଯ୍ୟକଳାପ ବିଷୟରେ ଆଲୋଚନା କରିଥିଲେ, ଯାହାକୁ ଭାରତର ଜାତୀୟ ନିରାପତ୍ତା ବିରୋଧରେ କାର୍ଯ୍ୟ କରିବା ପାଇଁ ଦେଶରେ ନିଷିଦ୍ଧ କରାଯାଇଛି।

    ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତ ନିଜର ଉଦ୍ବେଗ ପ୍ରକାଶ କରିବା ସହ ଏହି ବେଆଇନ ସଂଗଠନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେରିକା ପ୍ରଶାସନକୁ ଅନୁରୋଧ କରିଛି। ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ (ଡିଏନ୍ଆଇ) ତୁଳସୀ ଗବାର୍ଡ ରାଜନାଥ ସିଂହଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରି ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଓ ନିରାପତ୍ତା ସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଲକ୍ସନ୍ଙ୍କୁ ଉଷ୍ମ ଏବଂ ପାରମ୍ପରିକ ସ୍ୱାଗତ କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.6 ° C
    25.6 °
    25.6 °
    44 %
    0.9kmh
    0 %
    Thu
    26 °
    Fri
    37 °
    Sat
    38 °
    Sun
    41 °
    Mon
    42 °

    ସମ୍ବନ୍ଧିତ