Friday, October 16, 2026
28.4 C
Odisha

    ରାଜଧାନୀରେ ପତ୍ନୀହନ୍ତା ଦେବରାଜକୁ ନେଇ ଚାରିଆଡ଼େ ଚର୍ଚ୍ଚା, ପତ୍ନୀଙ୍କୁ ୩୦ ଥର ଛୁରିରେ ଆକ୍ରମଣ କରି ନିର୍ମମ ହତ୍ୟା

    ଆଗକୁ ପଢନ୍ତୁ

    ରାଜଧାନୀରେ ପତ୍ନୀହନ୍ତା ଦେବରାଜକୁ ନେଇ ଚାରିଆଡ଼େ ଚର୍ଚ୍ଚା। ସଭ୍ୟ ସମାଜରେ ମଣିଷ ନିଜ ପତ୍ନୀ ପାଇଁ ପାଲଟିଗଲା ରକ୍ତମୁଖା। ଆଉ ବେଡରୁମକୁ ରକ୍ତରେ ଭିଜାଇ ଦେଲା। ଏପରିକି ହତ୍ୟା କରି ସାରିବା ପରେ, ଥରେ କି ଦୁଇ ଥର ନୁହଁ ବରଂ ୩୦ ଥର ଛୁରିରେ ଭୁସି ଭୁସି ହତ୍ୟା କଲା। ହତ୍ୟାକାଣ୍ଡ ପଛର କାରଣ ମାନସିକ ଅବସାଦ କୁହାଯାଉଥିବା ବେଳେ, ପୁଲିସର ସନ୍ଦେହୀ ଆଖି ପାଇଛି ଆଉ କିଛି ଗୁମର।ଦେବରାଜ ଷଡ଼ଙ୍ଗୀ। ଜଣେ ଭଦ୍ରବ୍ୟକ୍ତି। ଏଜିରେ ଚାକିରି କରି ଅବସର ନେଇଥିଲେ। ଏୟାରିଫିଲ୍ଡ ଥାନା ଅଧୀନ ସ୍ୱସ୍ତିକ ନଗରରେ ନିଜ ସ୍ୱପ୍ନର ଘରେ ପତ୍ନୀଙ୍କ ସହ ରହୁଥିଲେ। ମାନସିକ ଅବସାଦ ଯୋଗୁଁ କିଛିଦିନ ହେବ ଡାକ୍ତରଙ୍କ ପରାମର୍ଶରେ ଥିଲେ। ଆଉ ମେଡିସନ ଖାଇବା ସହ ଚିକିତ୍ସା ବି ହେଉଥିଲେ। ହଠାତ୍ ନିଜେ ନିଜକୁ ମାରି ଦେବାକୁ ନିଷ୍ପତ୍ତି ନେଲେ। ଆଉ ଜୀବନ ହାରିବାକୁ ଜିଦ୍ ଧରିଲେ। ହେଲେ ତାଙ୍କୁ ନେଇ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ସ୍ତ୍ରୀ ପ୍ରିୟମ୍ୱଦୀ ଷଡ଼ଙ୍ଗୀ। ଟିକିଏ କଥାରେ ଉତକ୍ଷିପ୍ତ ହୋଇ, କାଣ୍ଡଜ୍ଞାନ ଭୁଲିଗଲେ। ନିଜ ରାଗକୁ ଆୟତ୍ତ କରି ପାରିଲେନି। ବେଡରୁମରେ ତାଙ୍କ ପତ୍ନୀଙ୍କ ବେକ ଏବଂ ମୁହଁକୁ ଥରେ କି ଦୁଇ ଥର ନୁହେଁ ୩୦ ଥର ଛୁରିରେ ଭୁସି ଭୁସି ହତ୍ୟା କରିଥିଲେ। ଆଉ ଭାବିଲା ବେଳକୁ ନେଡ଼ି ଗୁଡ଼ କହୁଣୀରେ। ସାମାନ୍ୟ ରାଗ କିପରି, ଜେଲର କାଳ କୋଠରୀକୁ ଠେଲି ଦେଲା ତାର ଜ୍ୱଳନ୍ତ ଉଦାହରଣ ପାଲଟିଗଲେ ଦେବରାଜ।
    ସମ୍ପର୍କୀୟଙ୍କ କହିବାନୁସାରେ, ମାନସିକ ଭାବେ ଦୁର୍ବଳ ହୋଇଯାଇଥିଲେ ଦେବରାଜ। ହତ୍ୟାକାଣ୍ଡ ପୂର୍ବରୁ, ଘରେ ଥିବା ଟଙ୍କା ଓ ସୁନା ଗହଣା ସବୁ ପାତ୍ରପଡ଼ାରେ ରହୁଥିବା ଝିଅକୁ ଦେଇଥିଲେ। ସେଠାରୁ ଫେରିବା ପରେ, ପତ୍ନୀଙ୍କୁ ନିଜ ଜୀବନ ହାରିବା କଥା କହିଥିଲେ। ଆଉ ହତ୍ୟା କରିବା ପରେ, ପୁଲିସକୁ କହିଥିଲେ ‘ରାଗ ଲାଗିଲା ମାରିଦେଲି’। ତେବେ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ଖାନତଲାସୀ କରିଥିଲା। ରକ୍ତ ନମୁନା ସଂଗ୍ରହ କରିବା ସହ, ହତ୍ୟାକାଣ୍ଡରେ ବ୍ୟବହୃତ ଛୁରି ଜବତ କରିଛି।

    ୩୫ ବର୍ଷର ବାହାଘର ପରେ, କାହିଁକି ନିଜ ପତ୍ନୀଙ୍କୁ ହତ୍ୟା କଲେ ଦେବରାଜ?। ଯାହା ହାତ ଧରି ସାତ ଜନ୍ମର ସାଥୀ ଶପଥ କରିଥିଲା, ତାଙ୍କୁ କାହିଁକି ହତ୍ୟା କରି ସାରିବା ପରେ ବି ଛୁରି ଭୁସି ଚାଲିଥିଲା? ମାନସିକ ଚାପ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଛି? ନା ଏହା ପଛରେ ରହିଛି ଆଉ କିଛି ରହସ୍ୟ?

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.4 ° C
    28.4 °
    28.4 °
    73 %
    1.8kmh
    62 %
    Fri
    29 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ