ଆମେରିକା : କେଣ୍ଟୁକିର ଲୁଇସଭିଲ୍ ବିମାନବନ୍ଦରରୁ ଉଡ଼ାଣ ଭରିବା ସମୟରେ ଏକ ମାଲବାହୀ ବିମାନ ଦୁର୍ଘଟଣା ହୋଇଛି । ଦୁର୍ଘଟଣାଗ୍ରସ୍ତ ହୋଇ ବିସ୍ଫୋରଣ ହେବାରୁ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଦେଇ ଅଧିକାରୀମାନେ କହିଛନ୍ତି ଯେ ଦୁର୍ଘଟଣା ପରେ ଉଦ୍ଧାରକାରୀମାନେ ଅନ୍ୟମାନଙ୍କୁ ଖୋଜୁଛନ୍ତି । ମଙ୍ଗଳବାର ସ୍ଥାନୀୟ ସମୟ ସନ୍ଧ୍ୟା ସମୟରେ ବିମାନଟି ଲୁଇସଭିଲ୍ର ମହମ୍ମଦ ଅଲି ଅନ୍ତର୍ଜାତୀୟ ବିମାନବନ୍ଦରରେ ୟୁପିଏସ୍ ୱାର୍ଲ୍ଡପୋର୍ଟରୁ ହୋନୋଲୁଲୁ ଅଭିମୁଖେ ଯାତ୍ରା କରୁଥିବା ସମୟରେ ବିମାନ ଦୁର୍ଘଟଣା ଘଟିଥିଲା । ଲୁଇସଭିଲ୍ ମେୟର କ୍ରେଗ୍ ଗ୍ରୀନବର୍ଗ କହିଛନ୍ତି ଯେ ଉଦ୍ଧାରକାରୀମାନେ ଘଟଣାସ୍ଥଳରେ କାମ ଜାରି ରଖିଛନ୍ତି । ଘଟଣାର ଭିଡିଓରେ ବିମାନର ବାମ ପାର୍ଶ୍ୱରେ ନିଆଁ ଏବଂ ଘନ ଧୂଆଁ ଦେଖାଯାଇଥିଲା । ତା’ପରେ ବିମାନଟି କିଛି ସମୟ ପାଇଁ ଭୂମି ଉପରକୁ ଉଠିଥିଲା, ଏହା¸ପରେ ଦୁର୍ଘଟଣାଗ୍ରସ୍ତ ହୋଇ ନିଆଁରେ ଜଳିଗଲା ।
ମେୟର କ୍ରେଗ୍ ଗ୍ରୀନବର୍ଗ କହିଛନ୍ତି ଯେ ବିମାନରେ ପ୍ରଚୁର ପରିମାଣର ଜେଟ୍ ଇନ୍ଧନ ଦୁର୍ଘଟଣାର ଏକ ପ୍ରମୁଖ କାରଣ ଥିଲା । ସୂଚନା ଅନୁଯାୟୀ, ବିମାନଟି ପ୍ରାୟ ୨୮୦,୦୦୦ ଗ୍ୟାଲନ୍ ଇନ୍ଧନ ବହନ କରୁଥିଲା,” ସେ କହିଛନ୍ତି । ଏଥିସହ ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହା ନିକଟବର୍ତ୍ତୀ କୋଠାଗୁଡ଼ିକୁ ଥରାଇ ଦେଇଥିଲା ଏବଂ ଅନେକ ଘରର ଝରକା ଭାଙ୍ଗି ଦେଇଥିଲା ।

