Thursday, April 2, 2026
37.1 C
Odisha

    ଆମେରିକାରେ ବିମାନ ଦୁର୍ଘଟଣା: ୧୨ ଜଣଙ୍କ ମୃତ୍ୟୁ, ଆଗକୁ ବଢ଼ିପାରେ ମୃତକଙ୍କ ସଂଖ୍ୟା

    ଆଗକୁ ପଢନ୍ତୁ

    ଆମେରିକା  :  କେଣ୍ଟୁକିର ଲୁଇସଭିଲ୍ ବିମାନବନ୍ଦରରୁ ଉଡ଼ାଣ ଭରିବା ସମୟରେ ଏକ ମାଲବାହୀ ବିମାନ ଦୁର୍ଘଟଣା ହୋଇଛି । ଦୁର୍ଘଟଣାଗ୍ରସ୍ତ ହୋଇ ବିସ୍ଫୋରଣ ହେବାରୁ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଦେଇ ଅଧିକାରୀମାନେ କହିଛନ୍ତି ଯେ ଦୁର୍ଘଟଣା ପରେ ଉଦ୍ଧାରକାରୀମାନେ ଅନ୍ୟମାନଙ୍କୁ ଖୋଜୁଛନ୍ତି । ମଙ୍ଗଳବାର ସ୍ଥାନୀୟ ସମୟ ସନ୍ଧ୍ୟା ସମୟରେ ବିମାନଟି ଲୁଇସଭିଲ୍ର ମହମ୍ମଦ ଅଲି ଅନ୍ତର୍ଜାତୀୟ ବିମାନବନ୍ଦରରେ ୟୁପିଏସ୍ ୱାର୍ଲ୍ଡପୋର୍ଟରୁ ହୋନୋଲୁଲୁ ଅଭିମୁଖେ ଯାତ୍ରା କରୁଥିବା ସମୟରେ ବିମାନ ଦୁର୍ଘଟଣା ଘଟିଥିଲା । ଲୁଇସଭିଲ୍ ମେୟର କ୍ରେଗ୍ ଗ୍ରୀନବର୍ଗ କହିଛନ୍ତି ଯେ ଉଦ୍ଧାରକାରୀମାନେ ଘଟଣାସ୍ଥଳରେ କାମ ଜାରି ରଖିଛନ୍ତି । ଘଟଣାର ଭିଡିଓରେ ବିମାନର ବାମ ପାର୍ଶ୍ୱରେ ନିଆଁ ଏବଂ ଘନ ଧୂଆଁ ଦେଖାଯାଇଥିଲା । ତା’ପରେ ବିମାନଟି କିଛି ସମୟ ପାଇଁ ଭୂମି ଉପରକୁ ଉଠିଥିଲା, ଏହା¸ପରେ ଦୁର୍ଘଟଣାଗ୍ରସ୍ତ ହୋଇ ନିଆଁରେ ଜଳିଗଲା ।

    ମେୟର କ୍ରେଗ୍ ଗ୍ରୀନବର୍ଗ କହିଛନ୍ତି ଯେ ବିମାନରେ ପ୍ରଚୁର ପରିମାଣର ଜେଟ୍ ଇନ୍ଧନ ଦୁର୍ଘଟଣାର ଏକ ପ୍ରମୁଖ କାରଣ ଥିଲା । ସୂଚନା ଅନୁଯାୟୀ, ବିମାନଟି ପ୍ରାୟ ୨୮୦,୦୦୦ ଗ୍ୟାଲନ୍ ଇନ୍ଧନ ବହନ କରୁଥିଲା,” ସେ କହିଛନ୍ତି । ଏଥିସହ ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହା ନିକଟବର୍ତ୍ତୀ କୋଠାଗୁଡ଼ିକୁ ଥରାଇ ଦେଇଥିଲା ଏବଂ ଅନେକ ଘରର ଝରକା ଭାଙ୍ଗି ଦେଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    23 %
    0.8kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ