Sunday, October 11, 2026
25 C
Odisha

    ଜମ୍ମୁ-କାଶ୍ମୀରରେ ସେନାକୁ ବଡ଼ ସଫଳତା: ଜଣେ ଆତଙ୍କବାଦୀ ନିହତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଜମ୍ମୁ କାଶ୍ମୀରରେ ସେନାକୁ ଏକ ବଡ଼ ସଫଳତା ମିଳିଛି। ଜମ୍ମୁ କଶ୍ମୀରର ଗାନ୍ଦରୱାଲ ଜିଲ୍ଲାରେ ସେନା ସହ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଆରହାମା ଅଞ୍ଚଳରେ କିଛି ଘଣ୍ଟା ଧରି ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ମଙ୍ଗଳବାର ସନ୍ଧ୍ୟାରେ ଆରମ୍ଭ ହୋଇଥିବା ଏହି ଅପରେସନରେ ପୁଲିସ୍‌ ଏବଂ ସେନା କର୍ମଚାରୀଙ୍କ ଏକ ମିଳିତ ଦଳ ଅଞ୍ଚଳକୁ ଘେରାବନ୍ଦୀ କରିଥିଲା। ଅନ୍ଧାର ଯୋଗୁଁ ରାତିସାରା ଅପରେସନ୍ ବନ୍ଦ ରଖାଯାଇଥିଲା। ଏବଂ ଭୋର ସମୟରେ ପୁଣି ଆରମ୍ଭ କରାଯାଇଥିଲା। ଜଙ୍ଗଲରେ ସୈନିକଙ୍କ ଦଳ ଆଗକୁ ବଢ଼ିବା ସମୟରେ କୌଣସି ସ୍ଥାନରେ ଲୁଚି ରହିଥିବା ଆତଙ୍କବାଦୀମାନେ ସେମାନଙ୍କ ଉପରେ ଗୁଳି ଚଳାଇଲେ। ସୈନିକମାନେ ନିଜକୁ ରକ୍ଷା କରି ପାଲଟା ଗୁଳି ଚାଳନା କରିଥିଲେ ଏବଂ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏହି ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିପାତ ହୋଇଛି। ଏବେବି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25 ° C
    25 °
    25 °
    78 %
    0kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ