ୱାସିଂଟନ : ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟର ଏକ ପ୍ରମୁଖ ପରମାଣୁ କେନ୍ଦ୍ରର ଏକ ପରୀକ୍ଷାଗାରରେ ଅଗ୍ନିକାଣ୍ଡ ଘଟିବା ପରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଆଇକେନ୍ ସହର ନିକଟସ୍ଥ ସାଭାନା ନଦୀ ସାଇଟ୍(ଏସଆରଏସ) କମ୍ପ୍ଲେକ୍ସରେ ଥିବା ସାଭାନା ନଦୀ ଜାତୀୟ ପରୀକ୍ଷାଗାରରେ ଅଗ୍ନିକାଣ୍ଡ ଘଟିଛି।
