Friday, October 2, 2026
22.9 C
Odisha

    ଆମେରିକୀୟ ଯୁଦ୍ଧଜାହାଜ ଉପରେ ୨ କ୍ଷେପଣାସ୍ତ୍ର ମାଡ଼

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଇରାନର ଇସଲାମିକ୍ ରେଭଲ୍ୟୁସନ ଗାର୍ଡସ୍ କର୍ପସ୍ ନୌସେନା ଦାବି କରିଛି, ସେମାନେ ହର୍ମୁଜ୍ ପ୍ରଣାଳୀ ଦେଇ ଯିବାକୁ ଚେଷ୍ଟା କରୁଥିବା ସମୟରେ ଏକ ଆମେରିକୀୟ ନୌସେନା ଯୁଦ୍ଧଜାହାଜ ଉପରେ ଦୁଇଟି କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି । ଇରାନୀ ସମାଚାର ଏଜେନ୍ସି ଫାର୍ସ ଅନୁଯାୟୀ, ଆମେରିକା ଜାହାଜ ଇରାନୀ ନୌସେନାର ଚେତାବନୀକୁ ଅଣଦେଖା କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଇରାନୀ ଗଣମାଧ୍ୟମ ଦାବି କରିଛି ଯେ ଦକ୍ଷିଣ ବନ୍ଦର ସହର ଜାସ୍କ ନିକଟରେ ନିୟମ ଉଲ୍ଲଂଘନ କରି ଏକ ଆମେରିକୀୟ ଯୁଦ୍ଧଜାହାଜ ଯାତ୍ରା କରୁଥିଲା । ଇରାନୀ ନୌସେନା ଦ୍ୱାରା ସତର୍କ କରାଯିବା ପରେ, ଏହା ଉପରେ ଦୁଇଟି କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା, ଯାହା ଫଳରେ ଆମେରିକୀୟ ଜାହାଜ ପଛକୁ ହଟି ପଳାଇବାକୁ ବାଧ୍ୟ ହୋଇଥିଲା । ତେବେ,ଆମେରିକା ସେନା ଏହି ଦାବିଗୁଡ଼ିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରି କହିଛି ଯେ, ଆମର କୌଣସି ଜାହାଜ କ୍ଷେପଣାସ୍ତ୍ର ଦ୍ୱାରା ଆଘାତ ପାଇନାହିଁ। ଏହି ସମୟରେ, ଇରାନ ସ୍ପଷ୍ଟ କରିଛି ଯେ କୌଣସି ବିଦେଶୀ ଜାହାଜକୁ ତାଙ୍କ ଅନୁମତି ବିନା ହର୍ମୁଜ୍ ପ୍ରଣାଳୀ ଦେଇ ଯିବାକୁ ଦିଆଯିବ ନାହିଁ ଏବଂ ଉଲ୍ଲଂଘନକାରୀଙ୍କୁ କଡ଼ା ଜବାବ ଦିଆଯିବ। ଜଣେ ବରିଷ୍ଠ ଆମେରିକୀୟ ଅଧିକାରୀ ଇରାନୀ ଗଣମାଧ୍ୟମର ମିଥ୍ୟା ରିପୋର୍ଟକୁ ଖାରଜ କରିଛନ୍ତି ଯେ, ଏକ ଆମେରିକୀୟ ଜାହାଜ କ୍ଷେପଣାସ୍ତ୍ର ଦ୍ୱାରା ଆଘାତ ପାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ