Wednesday, April 1, 2026
26.5 C
Odisha

    ଆମ ବସ୍ ରେ ଯାତ୍ରା କରି ସ୍ଥିତି ପରଖିଲେ ପରିବହନ କମିଶନର ଅମିତାଭ ଠାକୁର

    ଆଗକୁ ପଢନ୍ତୁ

    କଟକ : ଆମ ବସ୍ ରେ ଯାତ୍ରା କରି ସ୍ଥିତି ପରଖିଲେ ପରିବହନ କମିଶନର ଅମିତାଭ ଠାକୁର । ବସ୍ କେତେ ଦ୍ରୁତ ଗତିରେ ଯାଉଛି, ଯାତ୍ରୀଙ୍କ ସୁରକ୍ଷାକୁ କେତେ ଗୁରୁତ୍ବ ଦିଆଯାଉଛି, ତାର ରିଆଲିଟି ଚେକ୍ କରିଛନ୍ତି ପରିବହନ କମିଶନର । ଗତକାଲି ଠାରୁ ଆମ ବସ୍ ଡ୍ରାଇଭରମାନଙ୍କୁ ଯାଞ୍ଚ ଚାଲିଥିବା ବେଳେ ଆଜି ନିଜେ ଆମ ବସ୍ ରେ ଭୁବନେଶ୍ବରରୁ କଟକ ଯାତ୍ରା କରିଥିଲେ ଅମିତାଭ ଠାକୁର । ଯାତ୍ରୀମାନଙ୍କ ସହ ଯାତ୍ରା କରି ପ୍ରତ୍ୟକ୍ଷ ଭାବେ ଆଲୋଚନା କରିଥିଲେ।

    ଧାର୍ଯ୍ୟ ସମୟରେ ପହଞ୍ଚିବାରେ ବିଳମ୍ବ ହେଲେ ବି ଗାଡ଼ିର ବେଗ ବୃଦ୍ଧି ନକରି କମ୍ ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ବସରେ ଯାତ୍ରା ସମୟରେ ବରିଷ୍ଠ ନାଗରିକ କେଉଁ ପ୍ରକାର ସମସ୍ୟାର ସାମ୍ନା କରୁଛନ୍ତି ସେନେଇ ମଧ୍ୟ ପଚାରି ବୁଝିଥିଲେ । ଆଗକୁ ଆହୁରି ସୁଧାର ପାଇଁ ପଦକ୍ଷେପ ନିଆଯିବ ବୋଲି କମିଶନର କହିଛନ୍ତି । ଅନେକ ବ୍ୟବସ୍ଥାରେ ସୁଧାର ଆଣିବାର ଆବଶ୍ୟକତା ରହିଛି ବୋଲି ମଧ୍ୟ ଯାତ୍ରୀମାନେ ମତ ରଖିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    26.5 ° C
    26.5 °
    26.5 °
    34 %
    1.4kmh
    23 %
    Tue
    26 °
    Wed
    39 °
    Thu
    40 °
    Fri
    40 °
    Sat
    40 °

    ସମ୍ବନ୍ଧିତ