Friday, October 2, 2026
29.9 C
Odisha

    ସିଏଜି ରିପୋର୍ଟ ପ୍ରକାଶ : ଓଡ଼ିଶା ଖଣି ନିଗମ ଲାଭରେ, କ୍ଷତିରେ ୮ଟି ସରକାରୀ ସଂସ୍ଥା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଶା ସରକାରୀ ସଂସ୍ଥାଙ୍କ ଲାଭକ୍ଷତି ନେଇ ସିଏଜି ରିପୋର୍ଟ ପ୍ରକାଶ । ରାଜ୍ୟରେ ଓଡ଼ିଶା ଖଣି ନିଗମ ସବୁଠାରୁ ଲାଭରେ ଥିବା ବେଳେ ଗ୍ରୀଡ଼କୋ ଓ ଓଏସଆରଟିସି ପାଇଁ ବଢିଲା ଚିନ୍ତା। ୮ଟି ସରକାରୀ ସଂସ୍ଥା ବୁଡ଼ାଇଦେଲେଣି ୯ହଜାର ୪୪୯ କୋଟି ଟଙ୍କା। ୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶାର ୨୯ଟି ସରକାରୀ ସଂସ୍ଥା ମଧ୍ୟରୁ ୧୮ଟି ସଂସ୍ଥା ଲାଭ କରିଛନ୍ତି । ସେମାନଙ୍କର ମୋଟ ଲାଭ ୭ହଜାର ୦୭୩ କୋଟି୨୧ ଲକ୍ଷକୁ ବୃଦ୍ଧି ପାଇଛି ।

    ପୂର୍ବ ବର୍ଷ ଏହା ୩ହଜାର ୨୮୯କୋଟି ୮୬ ଲକ୍ଷ ଥିଲା। ସବୁଠାରୁ ଅଧିକ ଲାଭ କରିଥିବା ୫ଟି ସଂସ୍ଥା ଓଡ଼ିଶା ଖଣି ନିଗମ (OMC), ଓଡ଼ିଶା ଜଳବିଦ୍ୟୁତ ନିଗମ (OHPC), ଓଡ଼ିଶା ପୋଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ (OSPHWC) ଓ ଓଡ଼ିଶା ବନ ଉନ୍ନୟନ ନିଗମ (OFDC) । ୭ଟି ସରକାରୀ ସଂସ୍ଥା ୭୯୪କୋଟି ୯୮ ଲକ୍ଷର କ୍ଷତି ସହିଛନ୍ତି। ଏହି ମୋଟ କ୍ଷତିର ସିଂହଭାଗ କେବଳ ଦୁଇଟି ସଂସ୍ଥା ଯୋଗୁଁ ହୋଇଛି। ଗ୍ରୀଡକୋ CAG(GRIDCO)ସର୍ବାଧିକ ୭୭୮କୋଟି ୧୮ ଲକ୍ଷର କ୍ଷତି କରିଛି।ମୁଖ୍ୟତଃ ମହଙ୍ଗା ଦରରେ ବିଦ୍ୟୁତ କିଣିବା ଯୋଗୁଁ ଏହି କ୍ଷତି ହୋଇଛି। ଓଏସଆରଟିସି (OSRTC) ୧୦କୋଟି ୫୫ ଲକ୍ଷର କ୍ଷତି କରିଛି। ଟିକେଟ କିମ୍ବା ପରିଚାଳନା ଆୟ କମିବା ଯୋଗୁଁ ଏହି କ୍ଷତି ହୋଇଛି।

    ସେହିପରି ୮ଟି ସରକାରୀ ସଂସ୍ଥା ଏପର୍ଯ୍ୟନ୍ତ ମୋଟ ୯ହଜାର ୪୪୯ କୋଟି ୩୮ଲକ୍ଷର କ୍ଷତି ସହିଲେଣି। ଏହି ସଂସ୍ଥାଗୁଡ଼ିକ ବର୍ତ୍ତମାନ ଦେବାଳିଆ ଅବସ୍ଥାକୁ ଆସିଛନ୍ତି। ୪ଟି ସଂସ୍ଥାର ସମୁଦାୟ ସମ୍ପତ୍ତିର ମୂଲ୍ୟ ସମ୍ପୂର୍ଣ୍ଣ ଭାବେ ଶୂନ ହୋଇଯାଇଛି ଏବଂ ସେଗୁଡ଼ିକ ଋଣରେ ବୁଡ଼ି ରହିଛନ୍ତି। ୧୦ଟି ସଂସ୍ଥା ସରକାରଙ୍କୁ ୬୨୨କୋଟି ୧୬ ଲକ୍ଷର ଲାଭାଂଶ ଦେଇଛନ୍ତି।

    କିନ୍ତୁ ୭ଟି ସଂସ୍ଥା ଲାଭ କରିଥିଲେ ମଧ୍ୟ ସରକାରଙ୍କ ନିୟମ ଅନୁଯାୟୀ ଯେତିକି ଲାଭାଂଶ ଦେବା କଥା ଦେଇନାହାନ୍ତି ଯାହାଫଳରେ ଏକହଜାର ୪୧୯କୋଟି ୩୦ ଲକ୍ଷର କମ୍ ଲାଭାଂଶ ସରକାରଙ୍କୁ ମିଳିଛି। ସାମଗ୍ରିକ ଭାବେ ଖଣି ଓ ଶକ୍ତି ବିଭାଗର କିଛି ସଂସ୍ଥା ଓଡ଼ିଶା ପାଇଁ ବହୁତ ଲାଭ କରୁଥିବା ବେଳେ ପରିବହନ ଓ ଶକ୍ତି କ୍ରୟ (GRIDCO) କ୍ଷେତ୍ରରେ କ୍ଷତି ଜାରି ରହିଛି। ସରକାରଙ୍କୁ ଦେଉଥିବା ଲାଭର ପ୍ରତିଶତ ମଧ୍ୟ ପୂର୍ବ ବର୍ଷ ତୁଳନାରେ କମିଛିl

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    59 %
    1.3kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ