Tuesday, March 3, 2026
20.1 C
Odisha

    ଆରପାରିରେ ରେଭେନ୍ସାର ଅବସରପ୍ରାପ୍ତ ଅଧ୍ୟକ୍ଷ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରେଭେନ୍ସା କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଅନନ୍ତ ଚରଣ ସାହୁଙ୍କର ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା । ସେ ରେଭେନ୍ସା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଓ ଫକିରମୋହନ ମହାବିଦ୍ୟଳୟର ପୂର୍ବତନ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ସେ ୮ଟି ଇତିହାସ ପୁସ୍ତକ ରଚିଥିବା ବେଳେ ସେଗୁଡ଼ିକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମହାତ୍ମା ଗାନ୍ଧୀ, ସୁରେନ୍ଦ୍ର ନାଥ ଦ୍ୱିବେଦୀ, ନୋପୋଲିୟନ ବୋନାପାର୍ଟଙ୍କ ଭଳି ମହାନାୟକଙ୍କ ଉପରେ ଏକାଧିକ ପୁସ୍ତକ ରଚନା କରିଥିଲେ ।ଡକ୍ଟର ସାହୁ ମୃତ୍ୟୁ ପର୍ଯ୍ୟନ୍ତ ନିମୟିତ ଭାବେ ସ୍ୱାଧିନତା ସଂଗ୍ରାମୀ ସ୍ମରଣିକା ପ୍ରକାଶ କରିଆସୁଥିଲେ । ସେ କଟକ ଭାଷା ସୁରକ୍ଷା ସମ୍ମିଳନୀ ଓ ତୈଳିକ ବୈଶ୍ୟ ସମିତି, କଟକର ସଭାପତି ଭାବେ କାର୍ଯ୍ୟ କରିବା ସହ ଦୈନିକ ଓଡ଼ିଆ ଖବରକାଗଜମାନଙ୍କରେ ନିୟମିତ ଭାବେ ସ୍ତମ୍ଭ ଲେଖି ଆସୁଥିଲେ । ପ୍ରଫେସର ସାହୁଙ୍କ ପରି ଜଣେ ବିଶିଷ୍ଟ ଶିକ୍ଷାବିତଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଦୁଃଖ ପ୍ରକାଶ କରିଛନ୍ତି । ସତୀଚଉରା ସ୍ଥିତ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.1 ° C
    20.1 °
    20.1 °
    32 %
    1.4kmh
    6 %
    Tue
    35 °
    Wed
    36 °
    Thu
    38 °
    Fri
    38 °
    Sat
    36 °

    ସମ୍ବନ୍ଧିତ