Saturday, October 10, 2026
29.2 C
Odisha

    ଆରବିଆଇକୁ ଉଡାଇବାକୁ ଧମକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଧମକପୂର୍ଣ୍ଣ ବାର୍ତ୍ତା ଅଫିସିଆଲ ଇମେଲ ଆଇଡିକୁ ଆସିଛି। ଏଥିରେ ଆରବିଆଇର ମୁମ୍ବାଇ କାର୍ଯ୍ୟାଳୟକୁ ବୋମାରେ ଉଡାଇଦେବାକୁ ଧମକ ଦିଆଯାଇଛି। ଧମକ ରୁଷୀୟ ଭାଷାରେ ଆସିଥିବା ଜଣାପଡିଛି। ଏହି ଧମକପୂର୍ଣ୍ଣ ବାର୍ତ୍ତା ବିଷୟରେ ଖବର ମିଳିବା ପରେ ମୁମ୍ବାଇ ପୁଲିସ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଧାରା ଅନୁଯାୟୀ ବାର୍ତ୍ତା ପଠାଇଥିବା ଅଭିଯୁକ୍ତ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ତଦନ୍ତ ଆରମ୍ଭ କରିଛି। ଗତ ମାସରେ ମଧ୍ୟ ଆରିବିଆଇକୁ ଏଭଳି ହିଁ ଏକ ଧମକପୂର୍ଣ୍ଣ ବାର୍ତ୍ତା ମିଳିଥିଲା। ଧମକ ଦେଇଥିବା ଅଭିଯୁକ୍ତ ନିଜକୁ ଲସ୍କର-ଏ-ତୋଇବା ବୋଲି ପରିଚୟ ଦେଇଥିଲା।
    ସୂଚନାନୁଯାୟୀ,ଆରବିଆଇର ନୂତନ ଗଭର୍ଣ୍ଣର ଭାବେ ସଞ୍ଜୟ ମାଲହୋତ୍ରା ରିଜର୍ଭ ବ୍ୟାଙ୍କର ୨୬ ତମ ଗଭର୍ଣ୍ଣର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଏହି ପଦବୀରେ ଦୀର୍ଘ ୬ ବର୍ଷ ଧରି କାର୍ଯ୍ୟ କରିଥିବା ଶକ୍ତିକାନ୍ତ ଦାସଙ୍କ ସ୍ଥାନ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କ୍ୟାବିନେଟର ନିଯୁକ୍ତି କମିଟି ଦ୍ୱାରା ରାଜସ୍ଥାନ କ୍ୟାଡର ଆଇଏଏସ୍ ଅଧିକାରୀ ମାଲହୋତ୍ରାଙ୍କୁ ଆରବିଆଇର ନୂତନ ଗଭର୍ଣ୍ଣର ଭାବେ ମନୋନୀତ କରାଯାଇଥିଲା।ସେହିପରି ଇମେଲ ଜରିଆରେ କୈଳାସ ପୂର୍ବର ଦିଲ୍ଲୀ ପବ୍ଲିକ୍ ସ୍କୁଲ, ମୟୁର ବିହାରର ସାଲଓ୍ବାନ୍ ପବ୍ଲିକ୍ ସ୍କୁଲ ଏବଂ ଶ୍ରୀନିବାସ ପୁରୀର କେମ୍ବ୍ରିଜ୍ ସ୍କୁଲକୁ ବୋମା ଧମକ ମିଳିଛି। ବୋମା ଧମକ ମିଳିବା ପରେ ପୁଲିସ୍ ଛାନଭିନ୍ ଆରମ୍ଭ କରିଛି। ବିଦ୍ୟାଳୟ କର୍ତ୍ତୃପକ୍ଷ ଅଭିଭାବକମାନଙ୍କୁ ସେମାନଙ୍କ ପିଲାଙ୍କୁ ସ୍କୁଲ ନ ପଠାଇବାକୁ ବାର୍ତ୍ତା ପଠାଇଛନ୍ତି। ସ୍କୁଲ ପରିସରରୁ ଏ ଯାଏଁ କୌଣସି ବିସ୍ଫୋରକ ମିଳିନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    60 %
    1.7kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ