ଆରମ୍ଭ ହେବାକୁ ଯାଉଛି ୨୦୨୬ର ପ୍ରଥମ ପର୍ଯ୍ୟାୟ ଜନଗଣନା । ଭାରତର ରେଜିଷ୍ଟ୍ରାର ଜେନେରାଲ ଏବଂ ଜନଗଣନା କମିଶନର ମୃତ୍ୟୁଞ୍ଜୟ କୁମାର ନାରାୟଣଙ୍କ ସୂଚନା ଅନୁସାରେ ୨୦୨୬ ଜନଗଣନା ପାଇଁ ପ୍ରକ୍ରିୟା ଜାରି ରହିଛି । ଜନଗଣନାର ପ୍ରଥମ ପର୍ଯ୍ୟାୟ ୧ ଏପ୍ରିଲ ୨୦୨୬ ରୁ ୩୦ ସେପ୍ଟେମ୍ବର ୨୦୨୬ ମଧ୍ୟରେ କରାଯିବ । ଏହି ୬ ମାସ ମଧ୍ୟରେ ସବୁ ରାଜ୍ୟ ନିଜ ସୁବିଧା ଅନୁସାରେ କୌଣସି ବି ୩୦ ଦିନ ବାଛିବେ। ଯେଉଁ ସମୟରେ ଗଣନାକାରୀମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ ।
ଏଥର ପ୍ରଥମ କରି ଡିଜିଟାଲ୍ ଜନଗଣନାର ସୁବିଧା ମିଳିବ । ଘରକୁ ଘର ବୁଲି ତଥ୍ୟ ସଂଗ୍ରହ ଆରମ୍ଭ ହେବାର ୧୫ ଦିନ ପୂର୍ବରୁ ନାଗରିକମାନେ ନିଜେ ଅନଲାଇନରେ ନିଜ ପରିବାରର ତଥ୍ୟ ଦେଇପାରିବେ । ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଶ୍ନଗୁଡ଼ିକ ଚଳିତ ବର୍ଷ ଜାନୁଆରୀ ୨୨ତାରିଖରୁ ଚୂଡ଼ାନ୍ତ ହୋଇସାରିଛି । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏହି ଜନଗଣନାରେ ଜାତିଭିତ୍ତିକ ଗଣନା ମଧ୍ୟ କରାଯିବ । ଏଥିପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ଜାତି ସମ୍ପର୍କିତ ପ୍ରଶ୍ନଗୁଡ଼ିକ ଅନ୍ତର୍ଭୁକ୍ତ କରାଯିବ ।
