Tuesday, September 29, 2026
23.1 C
Odisha

    ଆରମ୍ଭ ହେଲା ପିତୃପକ୍ଷ, ୫ ରାଶିର ବଦଳିବ ଭାଗ୍ୟ

    ଆଗକୁ ପଢନ୍ତୁ

    ପିତୃପକ୍ଷ ଆରମ୍ଭ ହୋଇସାରିଛି । ୨୭ ସେପ୍ଟେମ୍ବରରୁ ଆରମ୍ଭ ହୋଇଛି ଏବଂ ୧୦ ଅକ୍ଟୋବର ପର୍ଯ୍ୟନ୍ତ ଚାଲିଥିବା ଏହି ପକ୍ଷରେ ପିତୃପୁରୁଷଙ୍କୁ ସ୍ମରଣ, ତର୍ପଣ ଏବଂ ଶ୍ରାଦ୍ଧ କରାଯାଏ । ଜ୍ୟୋତିଷ ମାନ୍ୟତା ଅନୁସାରେ, ଏହି ସମୟ କିଛି ରାଶିର ଲୋକଙ୍କ ପାଇଁ କ୍ୟାରିୟର ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆଣିପାରେ । ଏହି ସମୟରେ ଚାକିରିରେ ନୂଆ ଦାୟିତ୍ୱ, ବ୍ୟବସାୟରେ ନୂଆ ସୁଯୋଗ ଏବଂ ଅଟକି ରହିଥିବା ଟଙ୍କା ସମ୍ବନ୍ଧୀୟ କାମ ଆଗକୁ ବଢ଼ିବାର ସଙ୍କେତ ମିଳିପାରେ ।

    ବୃଷ ରାଶି : ବୃଷ ରାଶିର ଲୋକଙ୍କ ପାଇଁ ପିତୃପକ୍ଷ କାର୍ଯ୍ୟକ୍ଷେତ୍ର ଦୃଷ୍ଟିରୁ ଭଲ ରହିପାରେ। କୌଣସି ପୁରୁଣା କାମର ଫଳ ମିଳିବାର ସମ୍ଭାବନା ରହିଛି। ଚାକିରି କରୁଥିବା ଲୋକଙ୍କର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ଭଲ ହୋଇପାରେ ଏବଂ ସେମାନଙ୍କ କଥାକୁ ଗୁରୁତ୍ୱ ମିଳିପାରେ । ବ୍ୟବସାୟ କରୁଥିବା ଲୋକମାନେ ପୁରୁଣା ଗ୍ରାହକଙ୍କ ସହ ପୁଣିଥରେ ଯୋଡ଼ି ହେବାର ସୁଯୋଗ ପାଇପାରନ୍ତି। କୌଣସି ଅଟକିଥିବା କାମ ମଧ୍ୟ ଆଗକୁ ବଢ଼ିପାରେ। ଆର୍ଥିକ ସ୍ଥିତିରେ ଧୀରେ ଧୀରେ ସୁଧାର ହେବାର ସଙ୍କେତ ରହିଛି।

    ମିଥୁନ ରାଶି : ମିଥୁନ ରାଶିର ଲୋକଙ୍କ ପାଇଁ ପିତୃପକ୍ଷ ସମୟରେ ନୂଆ ସୁଯୋଗ ସାମ୍ନାକୁ ଆସିପାରେ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଖବର ମିଳିପାରେ। ସେହିପରି ଚାକିରି କରୁଥିବା ଲୋକଙ୍କୁ ନୂଆ ଦାୟିତ୍ୱ କିମ୍ବା ନୂଆ ପ୍ରୋଜେକ୍ଟ ମିଳିପାରେ । ବ୍ୟବସାୟରେ ନୂଆ ଲୋକଙ୍କ ସହ ସମ୍ପର୍କ ବଢ଼ିବ। ଆୟ ବଢ଼ାଇବାର ନୂଆ ଉପାୟ ଖୋଜିବାର ସୁଯୋଗ ମିଳିପାରେ। ତେବେ ଏହି ସମୟରେ ବଢ଼ୁଥିବା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ ହେବ ।

    କର୍କଟ ରାଶି : କର୍କଟ ରାଶିର ଲୋକଙ୍କ ପାଇଁ ଏହି ସମୟ କ୍ୟାରିୟର ଓ ପରିବାର ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ରହିପାରେ। ଚାକିରି ବଦଳାଇବାର ଯୋଜନା କରୁଥିବା ଲୋକଙ୍କୁ କୌଣସି ନୂଆ ବିକଳ୍ପ ମିଳିପାରେ । ବ୍ୟବସାୟରେ ଦୀର୍ଘ ସମୟ ଧରି ଅଟକିଥିବା କାମ ଆଗକୁ ବଢ଼ିପାରେ। କୌଣସି ପୁରୁଣା ମାମଲାର ମଧ୍ୟ ସମାଧାନ ବାହାରିପାରେ। ତେବେ କୌଣସି ବଡ଼ ନିଷ୍ପତ୍ତି ନେବାରେ ତରବର କରନ୍ତୁ ନାହିଁ। ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପରେ ହିଁ ପଦକ୍ଷେପ ନିଅନ୍ତୁ ।

    ତୁଳା ରାଶି : ତୁଳା ରାଶିର ଲୋକଙ୍କ ପାଇଁ ପିତୃପକ୍ଷ ଆର୍ଥିକ ଓ କ୍ୟାରିୟର ସମ୍ବନ୍ଧୀୟ କ୍ଷେତ୍ରରେ ଆଶ୍ୱସ୍ତି ଆଣିପାରେ । କାମର ଚାପ ବଢ଼ିପାରେ, କିନ୍ତୁ ଏହା ସହିତ ଉନ୍ନତିର ରାସ୍ତା ମଧ୍ୟ ଖୋଲିପାରେ । ବ୍ୟବସାୟୀମାନେ ନୂଆ ଗ୍ରାହକ ପାଇପାରନ୍ତି କିମ୍ବା ପୁରୁଣା ସମ୍ପର୍କରୁ ଲାଭ ମିଳିପାରେ। ଚାକିରିରେ ପଦୋନ୍ନତି କିମ୍ବା ଦରମା ବୃଦ୍ଧିକୁ ନେଇ ଆଲୋଚନା ଆଗକୁ ବଢ଼ିପାରେ । ଆର୍ଥିକ ସ୍ଥିତି ପୂର୍ବାପେକ୍ଷା ଭଲ ହେବାର ସଙ୍କେତ ରହିଛି ।

    ମକର ରାଶି : ମକର ରାଶିର ଲୋକମାନେ ଏହି ସମୟରେ ନିଜ ପରିଶ୍ରମର ଫଳ ପାଇପାରନ୍ତି । ଚାକିରିରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ। କୌଣସି ବଡ଼ କାମର ଦାୟିତ୍ୱ ଆପଣଙ୍କ ଉପରେ ଭରସା କରି ଦିଆଯାଇପାରେ । ବ୍ୟବସାୟୀମାନଙ୍କୁ ବ୍ୟବସାୟ ବଢ଼ାଇବାର ସୁଯୋଗ ମିଳିପାରେ । ନୂଆ ଡିଲ୍ କିମ୍ବା ପ୍ରୋଜେକ୍ଟକୁ ନେଇ ଆଲୋଚନା ଆଗକୁ ବଢ଼ିପାରେ। ଅଟକିଥିବା ଟଙ୍କା ମିଳିବାର ଆଶା ସୃଷ୍ଟି ହୋଇପାରେ। ତେବେ କାଗଜପତ୍ର ଏବଂ ଟଙ୍କା ସମ୍ବନ୍ଧୀୟ ମାମଲାରେ ସତର୍କ ରୁହନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.1 ° C
    23.1 °
    23.1 °
    88 %
    1.5kmh
    16 %
    Tue
    30 °
    Wed
    30 °
    Thu
    30 °
    Fri
    30 °
    Sat
    31 °

    ସମ୍ବନ୍ଧିତ