Thursday, August 21, 2025
25.6 C
Odisha

    ଆର୍‌ଆଇ ଅମିନ ପରୀକ୍ଷା ବାତିଲ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବାତିଲ ହେଲା ଆରଆଇ, ଏଆରଆଇ, ଅମିନ, ଆଇସିଡ଼ିଏସ ସୁପରଭାଇଜର ମୁଖ୍ୟ ପରୀକ୍ଷା । ନୂଆ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପରୀକ୍ଷା ଆଉ ଥରେ କରାଯିବ ବୋଲି ନିର୍ଦ୍ଦେଶ ହୋଇଛି । ୨୮୯୫ ପଦବି ଖାଲି ଥିଲା । ପରୀକ୍ଷା ଦେବା ପାଇଁ ଆବେଦନ କରିଥିଲେ ୫ ଲକ୍ଷରୁ ଊର୍ଦ୍ଧ୍ବ ପିଲା । ଅଗଷ୍ଟ ୧ ରୁ ସେପ୍ଟେମ୍ବର ୪ ଯାଏ ହୋଇଥାନ୍ତା ପରୀକ୍ଷା ।

    ହାଇକୋର୍ଟରେ ମାମଲା ରୁଜ୍ଜୁ ପାଇଁ ପରୀକ୍ଷା ବାତିଲ କଲା ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ । ମାମଲାର ନିର୍ଦ୍ଦେଶନାମା ଅନୁଯାୟୀ କରାଯିବ ଏହି ମୁଖ୍ୟ ପରୀକ୍ଷା । ଏଥିପାଇଁ ପରୀକ୍ଷାର୍ଥୀ ଆୟୋଗଙ୍କ ୱେବସାଇଟ ଦେଖିବାକୁ ପରାମର୍ଶ ।

    ପରୀକ୍ଷା ଦେଇଥିଲେ ସେଥିରୁ ୨ ଲକ୍ଷ ୯୩ ହଜାର ପିଲା । ପରୀକ୍ଷାରେ ଅନିୟମିତତା ନେଇ ପରୀକ୍ଷାର୍ଥୀମାନେ ଅଭିଯୋଗ ଆଣିବା ପରେ ଓଏସ୍‌ଏସ୍‌ଏସ୍‌ସି ପକ୍ଷରୁ ସମସ୍ତ ପରୀକ୍ଷାର୍ଥୀଙ୍କୁ ମୁଖ୍ୟ ପରୀକ୍ଷାକୁ ଉତ୍ତୀର୍ଣ୍ଣ କରାଯାଇଥିଲା।

    ସରକାରୀ ନିଯୁକ୍ତି ବିଜ୍ଞପ୍ତି ଅନୁଯାୟୀ ଧାରା ୧୦କୁ ଏହା ଉଲଂଘନ କରୁଛି ବୋଲି କୋର୍ଟରେ ଅଭିଯୋଗ ହୋଇଥିଲା । ରାଜ୍ୟ ସରକାରଙ୍କ ତରଫରୁ ଆଡ଼ଭୋକେଟ୍ ଜେନେରାଲ ମାମଲା ପରିଚାଳନା କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.6 ° C
    25.6 °
    25.6 °
    89 %
    1.2kmh
    100 %
    Thu
    25 °
    Fri
    23 °
    Sat
    26 °
    Sun
    28 °
    Mon
    28 °

    ସମ୍ବନ୍ଧିତ