Monday, September 28, 2026
27.5 C
Odisha

    ବିଭିନ୍ନ ବିଭାଗରେ ଖାଲିଥିବା ପଦବି ପୂରଣ କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ନେଇ ଆଲୋଚନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଶନିବାର ସଚିବସ୍ତରୀୟ ବୈଠକ ଖାରବେଳ ଭବନ ସ୍ଥିତ ସମ୍ମିଳନୀ କକ୍ଷରେ  ଅନୁଷ୍ଠିତ ହୋଇଯାଇଛିl ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରି ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବ ନିକଟରେ ବିଭିନ୍ନ ସ୍ଥାନରେ ଘଟିଥିବା ଅଗ୍ନି ଦୁର୍ଘଟଣା ପ୍ରସଙ୍ଗରେ ଆଲୋଚନା କରି ସମସ୍ତ ସରକାରୀ ବିଭାଗୀୟ କୋଠାରେ ବିଦ୍ୟୁତ୍ ଓୟାରିଂ ତନଖି କରାଯିବା, ବୈଦ୍ୟୁତିକ ଉପକରଣ ନିୟମିତ ଯାଞ୍ଚ କରିବା, ଆବଶ୍ୟକ ଉନ୍ନତିକରଣ କାର୍ଯ୍ୟ ସହ ସତର୍କତା ଅବଲମ୍ବନ କରିବାକୁ  ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ।
    ବୈଠକରେ ଅର୍ଥ ବିଭାଗ ପକ୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷରେ ଅଦ୍ୟାବଧି ହୋଇଥିବା ଆର୍ଥିକ ସ୍ଥିତି ଉପସ୍ଥାପନ କରାଯାଇଥିଲା। ଏହି ଆର୍ଥିକ ବର୍ଷରେ ବଜେଟ ଅନୁମୋଦନ ଅନୁସାରେ ଅଦ୍ୟାବଧି ବିଭିନ୍ନ ବିଭାଗ ଦ୍ୱାରା ହୋଇଥିବା ଖର୍ଚ୍ଚ ଓ ରାଜସ୍ୱ ଆଦାୟ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ସଂପର୍କିତ ଆଲୋଚନା କରାଯାଇଥିଲା। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ସମବାୟ ଓ ଶକ୍ତି ବିଭାଗ ସମେତ ସାମାଜିକ କ୍ଷେତ୍ର ସଂପର୍କିତ ବିଭିନ୍ନ ବିଭାଗରେ କାର୍ଯ୍ୟକ୍ରମ ବ୍ୟୟ ବାବଦରେ ଖର୍ଚ୍ଚ ହାର ଗତବର୍ଷ ଏହି ସମୟ ତୁଳନାରେ ଅଧିକ ବୃଦ୍ଧି ଘଟିଛି। ବୈଠକରେ ବିଭିନ୍ନ କ୍ଷେତ୍ରରୁ ଅଦ୍ୟାବଧି ରାଜସ୍ୱ ଆଦାୟ ଲକ୍ଷ୍ୟ ପ୍ରାୟ ୭୮.୭୭  ପ୍ରତିଶତ ହୋଇଥିବା ଜଣାଯାଇଛି। ଚଳିତ ମାସ ଶେଷ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ କାର୍ଯ୍ୟ ଅଗ୍ରଗତି ସହ ଓ ଖର୍ଚ୍ଚ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ଭିତ୍ତିଭୂମି ବିକାଶ କ୍ଷେତ୍ର ସଂପର୍କିତ ଅନ୍ୟ ବିଭାଗ ସମେତ ଅନ୍ୟ ବିଭାଗମାନଙ୍କରେ ଅଦ୍ୟାବଧି ଖର୍ଚ୍ଚ ସ୍ଥିତି ଉପସ୍ଥାପନ କରାଯାଇଥିଲା।
    ‘ଆମେ ଜାଣିବା ଆମ ବଜେଟ’ କାର୍ଯ୍ୟକ୍ରମରେ ୨୦୨୬-୨୭ ବଜେଟ ସମ୍ପର୍କରେ ବିଭିନ୍ନ ସ୍ତରରେ ଜନସାଧାରଣଙ୍କୁ ସୂଚନା ପ୍ରଦାନ କରିବାକୁ ଆଲୋଚନା ହୋଇଛିl ରାଜ୍ୟ ବଜେଟ୍ ଏବଂ କେନ୍ଦ୍ର ସରକାରଙ୍କ ଓଡ଼ିଶା ସମ୍ପର୍କିତ ବିକାଶମୂଳକ ଏବଂ ଲୋକାଭିମୁଖୀ କାର୍ଯ୍ୟକ୍ରମଗୁଡ଼ିକ ସଂପର୍କରେ ରାଜ୍ୟ ମୁଖ୍ୟାଳୟଠାରୁ ଆରମ୍ଭ କରି “ଜିଲ୍ଲା” ଜିଲ୍ଲା ପୌରାଂଚଳ, ବ୍ଲକ ଓ ଗ୍ରାମ ସଭାସ୍ତରରେ ‘ବଜେଟ୍ ସଭା’ ଆୟୋଜନ କରାଯାଇ ଜନସାଧାରଣଙ୍କୁ ସୂଚନା ଦେବାକୁ ପଦକ୍ଷେପ ନିଆଯିବ। ଏହା ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଦକ୍ଷ ଓ ସ୍ୱଚ୍ଛତାର ସହ  କାର୍ଯ୍ୟାନ୍ୱୟନ ହୋଇପାରିବ ବୋଲି ଏ ସଂପର୍କରେ ବୈଠକରେ  ଆଲୋଚନା କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    75 %
    2.2kmh
    7 %
    Mon
    29 °
    Tue
    30 °
    Wed
    29 °
    Thu
    30 °
    Fri
    31 °

    ସମ୍ବନ୍ଧିତ