Sunday, October 18, 2026
26.3 C
Odisha

    ଆର୍ଟେମିସ୍-୨ ମିଶନ କାଉଣ୍ଟଡାଉନ୍ ଆରମ୍ଭ, ସ୍ପେସ୍ ସେଣ୍ଟରରେ ପହଞ୍ଚିଲେ ୪ ମହାକାଶଚାରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଚନ୍ଦ୍ରକୁ ଯିବା ପାଇଁ କାଉଣ୍ଟଡାଉନ୍ ଆରମ୍ଭ । ଆର୍ଟେମିସ୍-୨ ମିଶନରେ କେନେଡି ସ୍ପେସ୍ ସେଣ୍ଟରରେ ପହଞ୍ଚିଲେ ୪ ମହାକାଶଚାରୀ । ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ନିଜର ଐତିହାସିକ ‘ଆର୍ଟେମିସ୍-୨’ ମିଶନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ମିଶନରେ ସାମିଲ ଥିବା ୪ ଜଣ ମହାକାଶଚାରୀ ଫ୍ଲୋରିଡା ସ୍ଥିତ କେନେଡି ସ୍ପେସ୍ ସେଣ୍ଟରରେ ପହଞ୍ଚିଛନ୍ତି । ୧୯୭୨ ମସିହା ପରେ ପ୍ରଥମ ଥର ପାଇଁ ମଣିଷ ପୃଥିବୀର କକ୍ଷପଥ ବାହାରକୁ ଯାଇ ଚନ୍ଦ୍ର ଚାରିପଟେ ବୁଲି ଆସିବେ ।

    ଏପ୍ରିଲ ୧ରେ ରକେଟ୍ ମହାକାଶକୁ ଉତ୍କ୍ଷେପଣ ହେବାର ଲକ୍ଷ୍ୟ ରଖାଯାଇଛି। ଏହି ଟିମର ନେତୃତ୍ୱ ନେଉଛନ୍ତି କମାଣ୍ଡର ରୀଡ୍ ୱାଇଜମ୍ୟାନ୍। ତାଙ୍କ ସହ ପାଇଲଟ୍ ଭିକ୍ଟର ଗ୍ଲୋଭର, କ୍ରିଷ୍ଟିନା କୋଚ୍ ଓ କାନାଡାର ଜେରେମି ହାନସେନ ଯାଉଛନ୍ତି। ନାସାର ସବୁଠୁ ଶକ୍ତିଶାଳୀ ରକେଟ୍ SLS- Space Launch System ଓ ଓରିଅନ୍ ମହାକାଶ ଯାନ ମାଧ୍ୟମରେ ଯାତ୍ରା କରାଯିବ। ଏହା ୧୦ ଦିନିଆ ମିଶନ। ମହାକାଶଚାରୀମାନେ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବେ ନାହିଁ। ବରଂ ଚନ୍ଦ୍ରର ଚାରିପଟେ ବୁଲି ଏହାର ବହୁତ ପାଖ ଦେଇ ପୃଥିବୀକୁ ଫେରିଆସିବେ। ମିଶନର ସଫଳତା ପରେ ୨୦୨୮ ସୁଦ୍ଧା ମଣିଷକୁ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବା ପାଇଁ ନାସା ଯୋଜନା କରିଛି। ମହାକାଶଚାରୀମାନେ ବର୍ତ୍ତମାନ ‘କ୍ୱାରେଣ୍ଟିନ୍’ରେ ଅଛନ୍ତି । ଯାହାଦ୍ୱାରା ସେମାନେ କୌଣସି ରୋଗ ସଂକ୍ରମଣରୁ ରକ୍ଷା ପାଇବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.3 ° C
    26.3 °
    26.3 °
    82 %
    1.6kmh
    90 %
    Sun
    24 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ