Friday, August 21, 2026
29.1 C
Odisha

    ଆଲାସ୍କାରେ ବିମାନ ଦୁର୍ଘଟଣା

    ଆଗକୁ ପଢନ୍ତୁ

    ଆମେରିକା : ଆମେରିକାର ଆଲାସ୍କାର ପଶ୍ଚିମ ଅଞ୍ଚଳରେ ଏକ ଚାର୍ଟର୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନରେ ୨ ପାଇଲଟଙ୍କ ସହିତ ୬ ଜଣ ଯାତ୍ରୀ ରହିଥିଲେ । ବିମାନରେ ମୋଟ ୮ ଜଣ ଥିଲେ । ମୃତକମାନଙ୍କ ପରିଚୟ ସମ୍ପର୍କରେ ଅଧିକାରୀମାନେ ପରିବାରବର୍ଗଙ୍କୁ ସୂଚନା ଦେଇଛନ୍ତି । ଗତକାଲି ଏହି ବିମାନଟି ଏକ ଦୁର୍ଗମ ରାଡାର୍ ସାଇଟ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

    ସୂଚନା ଅନୁସାରେ, ବିମାନଟି ଆଲାସ୍କାର ଆଙ୍କୋରେଜରୁ ଉଡ଼ାଣ ଭରି କେପ୍ ନ୍ୟୁଏନହାମ୍ ଅଭିମୁଖେ ଯାଉଥିଲା । ଲ୍ୟାଣ୍ଡିଂ ପୂର୍ବରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ନ୍ୟାସନାଲ୍ ଟ୍ରାନ୍ସପୋର୍ଟେସନ୍ ସେଫ୍ଟି ବୋର୍ଡ୍ (NTSB) ପକ୍ଷରୁ କୁହାଯାଇଛି । ବିମାନ ଦୁର୍ଘଟଣାର ଶିକାର ହୋଇଥିବା ସ୍ଥାନଟି ଆଙ୍କୋରେଜଠାରୁ ପ୍ରାୟ ୪୫୦ ମାଇଲ୍ ପଶ୍ଚିମରେ ଥିବା ଏକ ଅତ୍ୟନ୍ତ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ।

    ଘଟଣା ପରେ ଆଲାସ୍କା ରେସ୍କ୍ୟୁ କୋଅର୍ଡିନେସନ୍ ସେଣ୍ଟର ପକ୍ଷରୁ ତୁରନ୍ତ ସନ୍ଧାନ ଓ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଥିଲା । ପ୍ରାଥମିକ ସୂଚନା ପରେ ଆମେରିକାର ସାମରିକ କମାଣ୍ଡ ପକ୍ଷରୁ ବିମାନରେ ଥିବା ସମସ୍ତ ୮ ଜଣଙ୍କ ମୃତ୍ୟୁ ଦର୍ଶାଇଛନ୍ତି ।

    ଏହି ବିମାନଟି ଏକ ସିଭିଲିଆନ୍-କଣ୍ଟ୍ରାକ୍ଟେଡ୍ ଚାର୍ଟର୍ ବିମାନ ଥିଲା । ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । NTSB ଓ ଅନ୍ୟ ସମ୍ପୃକ୍ତ ଅଧିକାରୀମାନେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
    ଏହି ଦୁର୍ଘଟଣାକୁ ନେଇ ଆଲାସ୍କାରେ ଶୋକର ଛାୟା ଖେଳିଯାଇଛି। ମୃତକମାନଙ୍କ ପରିଚୟ ସମ୍ପର୍କରେ ଅଧିକାରୀମାନେ ପରିବାରବର୍ଗଙ୍କୁ ସୂଚନା ଦେବା ପରେ ଅଧିକ ବିବରଣୀ ପ୍ରକାଶ କରିବେ ବୋଲି ଜଣାପଡ଼ିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    29.1 ° C
    29.1 °
    29.1 °
    77 %
    3.6kmh
    99 %
    Fri
    30 °
    Sat
    27 °
    Sun
    28 °
    Mon
    27 °
    Tue
    28 °

    ସମ୍ବନ୍ଧିତ