ଭୁବନେଶ୍ୱର : ଆସନ୍ତାକାଲିଠୁ ବଢିବ ଶୀତ । ଥଣ୍ଡା ପ୍ରକୋପରେ ଅସ୍ତବ୍ୟସ୍ତ ହେବ ପୁରା ରାଜ୍ୟ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଜିଠାରୁ ପାରଦ ୪ ଡ଼ିଗ୍ରୀ କମିବ । କନ୍ଧମାଳ କୋରାପୁଟ ଜିଲ୍ଲାର ପାହାଡିଆ ଓ ସମତଳ ଅଞ୍ଚଳରେ ଶୀତ ବଢିଛି । ରାତି୨ଟାରୁ ତାପମାତ୍ରା ୪ ଡିଗ୍ରୀ କମିବ । ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବଢିବ ଶୀତ । ଅନ୍ୟପଟେ ରାଜ୍ୟରେ ବଢ଼ୁଛି କୁହୁଡ଼ିର ପ୍ରଭାବ । ଆଜି ବୌଦ୍ଧ ଜିଲ୍ଲାରେ ଘନ କୁହୁଡି ଦେଖିବାକୁ ମିଳିଥିଲା । ଯାହାର ଭିଜିବିଲିଟି ୨୦ ମିଟର ରହିଛି । ଆଗାମୀ ୫ ଦିନ ଧରି ଅନେକ ଜିଲ୍ଲାରେ ଭୋର ଓ ସକାଳ ସମୟରେ କୁହୁଡ଼ି ଜାରି ରହିବ ।

