Monday, October 27, 2025
22.5 C
Odisha

    ଆସନ୍ତାକାଲି ବାତ୍ୟା ମୋନ୍ଥା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ, ବରିଷ୍ଠ ଅଧିକାରୀଙ୍କ ସହ କରିବେ ଆଲୋଚନା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆସନ୍ତାକାଲି ବାତ୍ୟା ମୋନ୍ଥା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବରିଷ୍ଠ ଅଧିକାରୀ ଓ ଜିଲ୍ଲା ପ୍ରଶାସନଙ୍କ ସହ ଆଲୋଚନା କରିବେ । ବାତ୍ୟା ମୁକାବିଲା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି । ବାତ୍ୟା ମୁକାବିଲା ପାଇଁ ସରକାର ପୂର୍ଣ୍ଣ ପ୍ରସ୍ତୁତ।  ତଳୁ ଉପର ପର୍ଯ୍ୟନ୍ତ ସମସ୍ତେ ପ୍ରସ୍ତୁତ। ପ୍ରସ୍ତୁତି ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଥିବା କହିଛନ୍ତି । ଏବେ ୧୮ କିଲୋମିଟର ବେଗରେ ଆଗକୁ ବଢୁଛି ।

    ଛତିଶଗଡ଼ ଆଡକୁ ଯିବ ବାତ୍ୟା। ଛତିଶଗଡ଼ରେ ବର୍ଷା ହେଲେ ମହାନଦୀ ଜଳସ୍ତର ବଢ଼ିପାରେ। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରୁ ଜଳ ଛାଡ଼ିବା ଆରମ୍ଭ କଲେଣି। ବିଭିନ୍ନ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ହେଲପ ଲାଇନ ନମ୍ବର ଜାରି ହୋଇଛି । ପାଖାପାଖି ୨୦୦ ଗର୍ଭବତୀଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବର୍ଷା ସମୟରେ କଚ୍ଚା ଘରେ ନ ରହି ବାତ୍ୟା ଆଶ୍ରୟସ୍ଥଳରେ ରହିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.5 ° C
    22.5 °
    22.5 °
    95 %
    1kmh
    15 %
    Mon
    23 °
    Tue
    27 °
    Wed
    25 °
    Thu
    29 °
    Fri
    28 °

    ସମ୍ବନ୍ଧିତ