Wednesday, November 12, 2025
15.1 C
Odisha

    ଆସନ୍ତାକାଲି ଯାଏଁ ଲାଗି ରହିବ ପ୍ରବଳ ବର୍ଷା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜି ଗଭୀର ଅବପାତ, ପ୍ରବଳ ବର୍ଷିବ । ବଙ୍ଗୋପସାଗରେ ଗଭୀର ଅବପାତର ରୂପ ନେଲା ଅବପାତ । ପୁରୀ ଠାରୁ ୩ ଶହ କିଲୋମିଟର ଦୂରରେ କେନ୍ଦ୍ରୀଭୂତ । ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷୀଣ ପୂର୍ବରେ କେନ୍ଦ୍ରୀଭୂତ ହୋଇଛି । ଗତ ୬ ଘଣ୍ଟାରେ ୧୦ କିମି ବେଗରେ ବଢ଼ୁଛି ଅବପାତ । ପ୍ରଭାବରେ ଗତକାଲି ଠାରୁ ଟ୍ବିନ୍ ସିଟିରେ ତୁହାକୁ ତୁହା ବର୍ଷା ଲାଗିରହିଛି । ୩ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ । ଆସନ୍ତାକାଲି ଯାଏଁ ଲାଗି ରହିବ ପ୍ରବଳ ବର୍ଷା । ଆଜି ଦୁଇ ଜିଲ୍ଲା ଜଗତସିଂହପୁର ଓ ପୁରୀକୁ ରେଡ ୱାର୍ଣ୍ଣିଂ ।

    ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୩ ତାରିଖ ପାଇଁ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ବାତ୍ୟା ନେଇ IMDର କୌଣସି ଆକଳନ ଆସିନାହିଁ । କିନ୍ତୁ ବାତ୍ୟାର ପୂର୍ବାନୁମାନ କରିଛି JTWC । ଅବପାତଟି ସାମୁଦ୍ରିକ ଝଡ଼ ବାତ୍ୟାରେ ପରିଣତ ହେବା ପୂର୍ବାନୁମାନ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    15.1 ° C
    15.1 °
    15.1 °
    66 %
    1.7kmh
    4 %
    Tue
    15 °
    Wed
    25 °
    Thu
    25 °
    Fri
    25 °
    Sat
    25 °

    ସମ୍ବନ୍ଧିତ