Sunday, August 17, 2025
22.8 C
Odisha

    ଆସନ୍ତା ଏପ୍ରିଲ ୧ରୁ ରାଜ୍ୟରେ ଲାଗୁ ହେବ ଆଇନଜୀବୀ କଲ୍ୟାଣ କର୍ପସ ଫଣ୍ଡ ଆଇନ ୨୦୨୦

    ଆଗକୁ ପଢନ୍ତୁ

    କଟକ : ଆସନ୍ତା ଏପ୍ରିଲ ୧ରୁ ରାଜ୍ୟରେ ଲାଗୁ ହେବ ଆଇନଜୀବୀ କଲ୍ୟାଣ କର୍ପସ ଫଣ୍ଡ ଆଇନ ୨୦୨୦ । ଏହି ଆଇନ ବଳରେ ବେଳେ ବକାଲତିନାମା ସହିତ ଲାଗିବ ୧୦୦ ଟଙ୍କାର କର୍ପସ ଫଣ୍ଡ ଷ୍ଟାମ୍ପ । ନୂଆ ମାମଲା ରୁଜୁ କଲେ ଏପ୍ରିଲ ୧ରୁ ଲାଗିବ ୧୦୦ ଚଙ୍କାର କର୍ପସ ଷ୍ଟାମ୍ପ । ଏହି ଟଙ୍କା ରାଜ୍ୟର ଆଇନଜୀବୀଙ୍କ କଲ୍ୟାଣ ପାଇଁ ବିନିଯୋଗ ହେବ । ଆଦାୟ ଅର୍ଥର ୨୦ ପ୍ରତିଶତ ସଂପୃକ୍ତ ବାର ଆସୋସିଏସନକୁ ଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

    ୭୯ ପ୍ରତିଶତ ଓକିଲଙ୍କ କଲ୍ୟାଣ ପାଇଁ ବିନିଯୋଗ ହେବାର ରହିଛି। ଏଥିରୁ ୪ ପ୍ରତିଶତ ପଞ୍ଜିକୃତ ବାର ଆସୋସିଏସନ ଲାଇବ୍ରେରୀ ନବୀକରଣ, ୩ ପ୍ରତିଶତ କନିଷ୍ଠ ଅଧିବକ୍ତାଙ୍କୁ ସହାୟତା, ୧୨ ପ୍ରତିଶତ ଅଧିବକ୍ତାଙ୍କର ଚିକିତ୍ସା, ୧୦ ପ୍ରତିଶତ ମୃତ୍ୟକାଳୀନ ସହାୟତା, ୧୦ ପ୍ରତିଶତ ଜରୁରୀକାଳୀନ ପରିସ୍ଥିତି ଓ ୨୦ ପ୍ରତିଶତ ଓଡିଶା ଆଇନଜୀବୀ ପରିଷଦର ସାମୁହିକ ଖର୍ଚ୍ଚ ନିମନ୍ତେ ବିନିଯୋଗ କରାଯିବ । ଏହା ସହିତ ଆଇନଜୀବୀ ହାର୍ଟ, କିଡନୀ, ଲିଭର ଭଳି ରୋଗରେ ପୀଡିତ ହେଲେ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଅନୁଦାନ ବ୍ୟବସ୍ଥା ରହିଛି । ବକେୟା ୧ ପ୍ରତିଶତ ରାଜ୍ୟ ଆଇନଜୀବୀ ପରିଷଦର ପାଠାଗାର ପାଇଁ ବିନିଯୋଗ ହେବ ବୋଲି ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଆଇନଜୀବୀ ପରିଷଦର ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ସିତାଂଶୁ ମୋହନ ଦ୍ବିବେଦୀ ଏହି ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.8 ° C
    22.8 °
    22.8 °
    98 %
    1.4kmh
    95 %
    Sun
    29 °
    Mon
    28 °
    Tue
    29 °
    Wed
    29 °
    Thu
    29 °

    ସମ୍ବନ୍ଧିତ