Saturday, April 19, 2025
27.6 C
Odisha

    ଆସନ୍ତା ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ୍ ଭାରତ

    ଆଗକୁ ପଢନ୍ତୁ

    ଭୁବନେଶ୍ଵର: ନୂଆବର୍ଷରେ ଆହୁରି ସୁଲଭ ହେବ ସ୍ଵାସ୍ଥ୍ୟସେବା। ଫେବୃଆରୀ ମାସରୁ ରାଜ୍ୟରେ ଆୟୁଷ୍ମାନ୍ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ। ପ୍ରାୟ ସାଢେ ୩ କୋଟି ଜନତାଙ୍କୁ ଏହି କାର୍ଡ ମିଳିବା ନେଇ ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଓଡିଶାର ୧ କୋଟି ପରିବାର ଏହି ଯୋଜନାର ଲାଭ ପାଇପାରିବେ। କେହି ଉପଯୁକ୍ତ ହିତାଧିକାରୀ ଯେମିତି ଏହି ଯୋଜନାରୁ ବଞ୍ଚିତ ନହେବେ , ସେ ନେଇ ପ୍ରସ୍ତୁତି ଚାଲିଥିବା କହିଛନ୍ତି ମନ୍ତ୍ରୀ। ଏହି ଯୋଜନା ଲାଗୁ ହେବା ପରେ ଓଡିଶାର କୌଣସି ବି କାର୍ଡଧାରୀ ଦେଶରେ ଯେଉଁଠି ରହୁଥିଲେ ମଧ୍ୟ କାର୍ଡର ସୁଫଳ ପାଇପାରିବେ। ଏହି ଯୋଜନାରେ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସେବା ରହିଛି। ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକ, ସେମାନଙ୍କର ସାମାଜିକ-ଅର୍ଥନୈତିକ ସ୍ଥିତି ନିର୍ବିଶେଷରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଲାଭ ପାଇବାକୁ ଯୋଗ୍ୟ ହେବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    27.6 ° C
    27.6 °
    27.6 °
    56 %
    2.2kmh
    11 %
    Fri
    28 °
    Sat
    42 °
    Sun
    43 °
    Mon
    43 °
    Tue
    44 °

    ସମ୍ବନ୍ଧିତ