Wednesday, August 26, 2026
30 C
Odisha

    ଆସନ୍ତା ୧୨ ତାରିଖ ଯାଏ ସାରା ରାଜ୍ୟରେ ଲାଗି ରହିବ ବର୍ଷା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବର୍ଷିବ , ଆହୁରି ବର୍ଷିବ । ଆଜିଠୁ ଆହୁରି ବଢ଼ିବ ବର୍ଷା । ଆସନ୍ତା ୧୨ ତାରିଖ ଯାଏ ସାରା ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆକଳନ କରାଯାଉଛି ।

    କେତେକ ସ୍ଥାନରେ ବିଜୁଳି, ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । ବିଶେଷକରି କେନ୍ଦୁଝର ଓ ମୟୂରଭଞ୍ଜଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ ୧୬ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ, ଘଡ଼ଘଡ଼ି ସହ ବିଜୁଳି ଏବଂ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ଏହାକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ଆବଶ୍ୟକ ନଥିଲେ ଘରୁ ବାହାରକୁ ନଯିବା, ବଜ୍ରପାତ ସମୟରେ ଗଛ ତଳେ ଆଶ୍ରୟ ନ ନେବା ଏବଂ ପାଣିପାଗ ବିଭାଗର ସତର୍କବାଣୀକୁ ମାନିବା ପାଇଁ ପରାମର୍ଶ ଦିଆଯାଇଛି ।

    ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୋଳ ଜିଲ୍ଲାର ତାଳଚେରରେ ସର୍ବାଧିକ ୮ ସେମି ବର୍ଷା ହୋଇଛି। ଆଗାମୀ କିଛି ଦିନ ଯାଏଁ ବର୍ଷାର ପ୍ରଭାବ ଜାରି ରହିବାରୁ ସମସ୍ତଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ଅନୁରୋଧ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30 ° C
    30 °
    30 °
    70 %
    3.6kmh
    100 %
    Wed
    30 °
    Thu
    30 °
    Fri
    26 °
    Sat
    28 °
    Sun
    29 °

    ସମ୍ବନ୍ଧିତ