Monday, October 5, 2026
21.7 C
Odisha

    ଆସନ୍ତା ୧୬ ରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା; ଜାରି ହେଲା ଟ୍ରାଫିକ କଟକଣା

    ଆଗକୁ ପଢନ୍ତୁ

    ଆସନ୍ତା ୧୬ ତାରିଖ ଦିନ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ଓ ରୁକୁଣା ରଥଯାତ୍ରା। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ବେଳେ ପୁଲିସ ପ୍ରଶାସନ ମଧ୍ୟ ତାର ପ୍ରସ୍ତୁତି ଚଳାଇଛି। ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ନଜରରେ ରଖି ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି। କମିଶନରେଟ୍‌ ପୁଲିସ ପକ୍ଷରୁ ଜାରି ହୋଇଥିବା ଟ୍ରାଫିକ କଟକଣା ଅନୁସାରେ ଏପ୍ରିଲ ୧୬ ଓ ୧୭ ତାରିଖ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଏବଂ ଏପ୍ରିଲ ୨୦ ଓ ୨୧ ବାହୁଡା ଯାତ୍ରା ଉପଲକ୍ଷେ ଯାନବାହାନର ସୁନିୟନ୍ତ୍ରୀତ ଚଳାଚଳ ତଥା ଜନସାଧାରଣ ଓ ପଥଚାରୀଙ୍କ ସୁବିଧା ଉଦ୍ଦେଶ୍ୟରେ କଟକଣା ଲାଗୁ କରାଯାଇଛି। କୌଣସି ଯାନବାହାନକୁ ମାଉସୀ ମା ମା ଛକ ଠାରୁ ରଥ ରୋଡରେ ଯିବାକୁ ଅନୁମତି ଦିଆଯିବ ନାହିଁ । ସେହି ଗାଡ଼ି ଗୁଡ଼ିକ ମାଉସୀ ମା ଛକ ଠାରୁ ମ୍ୟୁଜିୟମ୍ ଛକ କିମ୍ବା ବିବେକାନନ୍ଦ ମାର୍ଗ ରାସ୍ତାରେ ଯିବା ଆସିବା କରିପାରିବେ ।
    କୌଣସି ପ୍ରକାର ଯାନବାହାନ ବାରିକ ସାହି ଗଳି, ମହାରଣା ସାହି ଗଳି, ଗୋସାଗରେଶ୍ୱର ଛକ ଗଳି, ଶୀତଳ ଷଷ୍ଠୀ ଛକ ଗଳି, ତିନିମୁଣ୍ଡିଆ ଛକ ଗଳ ଗଳି, ହରଚଣ୍ଡୀ ଗଳି, ମୁନା ମେଡ଼ିକାଲ୍ ଗଳି, ପୁନମା ଗେଟ୍ ଗଳି ପଟୁ ଏବଂ ଅନ୍ୟ ସାହି ରାସ୍ତା ଅଥବା ଗଳି ରାସ୍ତା ଯାହାକି ରଥ ରୋଡ୍ କୁ ସଂଯୋଗ କରୁଛି, ସେହି ରାସ୍ତା ଅଥବା ଗଳି ରୁ କୌଣସି ଯାନବାହାନ ରଥ ରୋଡ୍ ରେ ଯିବା ଆସିବା କରିପାରିବେ ନାହିଁ ।
    ରଥ ଖଳା ଠାରୁ ରଥ ରୋଡ୍ ରେ କୌଣସି ଯାନବାହାନ ଯିବାକୁ ଦିଆଯିବ ନାହିଁ । ସେମାନେ ରଥ ଖଳା ଠାରୁ ବାଟ ମହାଦେବ ମନ୍ଦିର ରାସ୍ତା ଦେଇ ଯାଇପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.7 ° C
    21.7 °
    21.7 °
    75 %
    1.2kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    29 °
    Fri
    31 °

    ସମ୍ବନ୍ଧିତ