Thursday, September 19, 2024
24.5 C
Odisha

    ଆସନ୍ତା ୮ରେ ମା’ ସମଲେଶ୍ଵରୀଙ୍କ ନିକଟରେ ଲାଗି ହେବ ନବାନ୍ନ

    ଆଗକୁ ପଢନ୍ତୁ

    ମା’ ସମଲେଶ୍ଵରୀଙ୍କ ନିକଟରେ ନବାନ୍ନ ହେବା ନେଇ ଲଗ୍ନ ଧାର୍ଯ୍ୟ ହୋଇଛି। ଆସନ୍ତା ୮ରେ ମା’ ସମଲେଶ୍ଵରୀଙ୍କ ନିକଟରେ ଲାଗି ହେବ ନବାନ୍ନ। ମଙ୍ଗଳବାର ଅପରାହ୍ନ ୪ ଟା ସମୟରେ ଶ୍ରୀ ଶ୍ରୀ ବ୍ରହ୍ମ ପଣ୍ଡିତ ମହାସଭାରେ ଏଥିପାଇଁ ଲଗ୍ନ ନିର୍ଦ୍ଧାରଣ ହୋଇଛି। ସ୍ଥାନୀୟ ବ୍ରହ୍ମପୁରା ମନ୍ଦିରରେ ଅନୁଷ୍ଠିତ ବ୍ରହ୍ମ ପଣ୍ଡିତ ମହାସଭାର ପଣ୍ଡିତ ଓ ବିଦ୍ବାନଙ୍କ ଏକ ବୈଠକରେ ବିଷ୍ଣୁସହସ୍ର ନାମ ପାଠ ପରେ ଆସନ୍ତା ସେପ୍ଟେମ୍ବର ୮ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ରବିବାର ପୂର୍ବାହ୍ନ ୯ଟା ୧୨ ମିନିଟ୍ ରୁ ୯ ଟା ୨୭ ମଧ୍ୟରେ ତୁଳା ଲଗ୍ନରେ ସମ୍ବଲପୁରର ଆରାଦ୍ଧ୍ଯ ଦେବୀ ମାଁ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ପାଇଁ ଦିନ ଓ ସମୟ ଧାର୍ଯ୍ଯ ହୋଇଛି। ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟବୋର୍ଡ ତରଫରୁ ନୂଆଖାଇ ଲଗ୍ନ ସମ୍ପର୍କରେ ସୂଚନା ଦିଆଯାଇଛି। ପରମ୍ପରାନୁଯାୟୀ ଜନ୍ମାଷ୍ଟମୀ ପରଦିନ ନନ୍ଦଉତ୍ସବ ଆବସରରେ ନୂଆଖାଇ ଲାଗି ଲଗ୍ନ ବାହାରିବା ପରେ ଲଗ୍ନ ପତ୍ରକୁ ବ୍ରହ୍ମପୁରା ମନ୍ଦିର ପୂଜକ ଓ ଟ୍ରଷ୍ଟ ସଭ୍ୟମାନେ ମାଁ ସମଲେଶ୍ୱରୀଙ୍କ ଠାରେ ଅର୍ପଣ କରିଛନ୍ତି।

    ନୂଆଖାଇ ଏକ ଗଣପର୍ବ । ଧାନ ଅମଳର ଖୁସିରେ ଚାଷୀମାନେ ଏହାକୁ ପାଳନ କରିଥାନ୍ତି । ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ । ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ ପରେ ସହଳ ଆମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ । ଚାଷୀ ପ୍ରଥମକରି ଆମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ । ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ । ନୂଆଖାଇ ପାଳନ ନିମନ୍ତେ ଆଗରୁ “ଲଗନ” ବା “ତିଥି” ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରାଯାଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    91 %
    1.4kmh
    97 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ