Wednesday, April 22, 2026
42.1 C
Odisha

    ୮୩ ହଜାର ହ୍ବାଟ୍ ଆପ୍ ଆକାଉଣ୍ଟ ବ୍ଲକ୍, ସାଇବର ଫ୍ରଡ୍ ସହ ସମ୍ପୃକ୍ତି ଥିବାରୁ ବ୍ଲକ୍

    ଆଗକୁ ପଢନ୍ତୁ

    ୮୩ ହଜାର ହ୍ବାଟ୍ ଆପ୍ ଆକାଉଣ୍ଟ ବ୍ଲକ୍ । ସାଇବର ଫ୍ରଡ୍ ସହ ସମ୍ପୃକ୍ତି ଥିବାରୁ ବ୍ଲକ୍ କଲେ କେନ୍ଦ୍ର ସରକାର । ଏହାସହ ବିପୁଳ ଫ୍ରଡ୍ ‘ଆପ’କୁ ମଧ୍ୟ ବ୍ଲକ୍ କରାଯାଇଛି । ସେହିପରି ୮ଲକ୍ଷ ୪୫ ହଜାର ସିମ୍ କାର୍ଡକୁ ଅକାମୀ କରି ଦିଆଯିବା ସହ NCRP ପୋର୍ଟାଲ ଜରିଆରେ ୨ ଲକ୍ଷ ୩୯ ହଜାର IMEI ନମ୍ବର ଠାବ କରାଯାଇଛି ।

    ଡିଜିଟାଲ ଆରେଷ୍ଟ ଓ ନିବେଶ ଠକେଇ ରୋକିବା ପାଇଁ ଗୃହମନ୍ତ୍ରାଳୟର ସାଇବର ଶାଖା-‘ଆଇ4ସି’ ସାଇବର ଠକଙ୍କ ବିରୋଧରେ ଆରମ୍ଭ କରିଛି ‘ଡିଜିଟାଲ ଷ୍ଟ୍ରାଇକ୍ ’ ଅଭିଯାନ । ‘ଆଇ4ସି’ ର ତଥ୍ୟ ଅନୁଯାୟୀ ଏ ଅଭିଯାନ ଜରିଆରେ ୩ ହଜାର ୯୬୨ ସ୍କାଏପି ଆଇଡି ଓ ୮୩ ହଜାର ୮୬୭ ହ୍ବାଟ୍ସଆପ୍ ଆକାଉଣ୍ଟ ବ୍ଲକ୍ କରାଯାଇଛି । ୨୦୨୫ ଜାନୁଆରୀରୁ ଏହି ଆକାଉଣ୍ଟର ବ୍ୟବହାର କରି ବହୁ ବଡ଼ ବଡ଼ ସାଇବର ଠକେଇ କରାଯାଇଛି ।

    ପୋଲିସ, ଟେଲିକମ୍ୟୁନିକେସନ ବିଭାଗ ଓ ଟେଲିକମ୍ ସେବା ଯୋଗାଣକାରୀ ସଂସ୍ଥାଗୁଡ଼ିକ ସହାୟତାରେ ଏହି ଚଢ଼ଉ ଅଭିଯାନକୁ ବିପୁଳ ସଫଳତା ମିଳିଛି । ସେହିପରି ଗୃହମନ୍ତ୍ରାଳୟ ସାଇବର ଶାଖା ପକ୍ଷରୁ ପ୍ରାୟ ୮୨୭ ବେଆଇନ ମୋବାଇଲ ଆପକୁ ବ୍ଲକ୍ କରାଯିବା ସହ ‘ସହଯୋଗ’ ପୋର୍ଟାଲ ଜରିଆରେ ଇଣ୍ଟରନେଟରୁ ୧ ଲକ୍ଷ ୧୧ ହଜାରରୁ ଅଧିକ ସନ୍ଦିଗ୍ଧ ବିଷୟବସ୍ତୁକୁ ହଟାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    42.1 ° C
    42.1 °
    42.1 °
    11 %
    4.2kmh
    52 %
    Wed
    41 °
    Thu
    43 °
    Fri
    44 °
    Sat
    44 °
    Sun
    44 °

    ସମ୍ବନ୍ଧିତ