Sunday, October 11, 2026
22.1 C
Odisha

    ଆସନ୍ତୁ ଜାଣିବା କେଉଁ ବୟସରେ ପିଲାମାନେ ଦାନ୍ତ ଘଷିବା ଉଚିତ୍

    ଆଗକୁ ପଢନ୍ତୁ

    ସାଧାରଣତଃ ପିଲାମାନଙ୍କର ଦାନ୍ତ ୬ ମାସରୁ ଉଠିବା ଆରମ୍ଭ ହୋଇଥାଏ । ପ୍ରାୟତଃ ପିଲାମାନଙ୍କ ଦାନ୍ତ ଯତ୍ନ ନେବା ସମୟରେ ବାପା-ମା’ମାନେ ଟିକେ ସନ୍ଦେହରେ ରହିଥାଆନ୍ତି । ପିଲାମାନଙ୍କ ଦାନ୍ତ ଉଠିବା ପୂର୍ବରୁ ସେମାନେ ସେମାନଙ୍କ ନରମ ମାଢି ସାହାଯ୍ୟରେ ଖାଦ୍ୟ ଖାଇଥାଆନ୍ତି । ପ୍ରଥମ ଦାନ୍ତ ଝଡିବ ଭାବି ଅନେକ ବାପା-ମା’ମାନେ ପିଲାମାନଙ୍କ ଦାନ୍ତର ଯତ୍ନ ନେଇ ନଥାଆନ୍ତି । କିନ୍ତୁ ଆପଣ ଜାଣିବା ଉଚିତ୍ ଯେ, ପିଲାମାନଙ୍କ ଦାନ୍ତ ଉଠିବା ମାତ୍ରେ ସେମାନଙ୍କର ଯତ୍ନ ନେବା ଆବଶ୍ୟକ । ପିଲାମାନଙ୍କର ଦାନ୍ତ ଉଠିବାର କେତେ ଦିନ ପରେ ବ୍ରସ୍ କରିବା ଉଚିତ୍ ଆଜି ଆମେ ଆପଣଙ୍କୁ ଜଣାଇବୁ ।

    ଆପଣଙ୍କ ପିଲାର ଦାନ୍ତ ଉଠିବା ମାତ୍ରେ ସେଗୁଡିକୁ ସଫା କରିବା ଉଚିତ୍ । ପ୍ରତ୍ୟେକ ଥର ପିଲାଙ୍କୁ ଖାଇବାକୁ ଦେବା ପରେ ସେମାନଙ୍କ ମାଢିକୁ ଏକ ସଫା ଓଦା କପଡାରେ ପୋଛିବା ଉଚିତ୍ । ଯାହାଦ୍ବାରା ଜୀବାଣୁକୁ ରୋକା ଯାଇପାରିବ । ପିଲାଙ୍କ ପାଇଁ ଏକ ସ୍ବତନ୍ତ୍ର ଭାବରେ ଛୋଟ ଏବଂ ନରମ ବ୍ରସ୍ ବ୍ୟବହାର କରନ୍ତୁ । ଆପଣ ପ୍ରଥମେ ପ୍ରଥମେ ପିଲାଙ୍କୁ ଦାନ୍ତ ସଫା ପାଇଁ ଆଙ୍ଗୁଠିର ବ୍ୟବହାର କରନ୍ତୁ । ୩ ବର୍ଷ ପରେ ପିଲାଙ୍କ ଦାନ୍ତ ସଫା ପାଇଁ ଚାଉଳାର ଦାନା ପରି ଫ୍ଲୋରାଇଡ୍ ପେଷ୍ଟ ନେଇ ବ୍ୟବହାର କରନ୍ତୁ ।

    ଏଥିସହିତ ବଡ଼ ଲୋକଙ୍କ ପରି ପିଲାମାନଙ୍କୁ ମଧ୍ୟ ଦିନକୁ ଦୁଇଥର ଦାନ୍ତ ଘଷିବା ଆବଶ୍ୟକ । ସକାଳେ ବ୍ରଶ କରିବା ଦ୍ୱାରା ରାତିସାରା ଜମା ହୋଇଥିବା ଜୀବାଣୁ ଦୂର ହୋଇଯାଏ, ଏବଂ ରାତିରେ ବ୍ରଶ କରିବା ଦ୍ୱାରା ଦିନସାରା ଖାଇବା ପରେ ଦାନ୍ତରେ ଜମା ହୋଇଥିବା ମଇଳା ଦୂର ହୋଇଯାଏ ।” ରାତିରେ କେବଳ ଥରେ ଦାନ୍ତ ଘଷିବା ସେମାନଙ୍କ ଦାନ୍ତକୁ କେବଳ ସୁରକ୍ଷା ଦେଇନଥାଏ, ବିଶେଷକରି ଯଦି ଆପଣଙ୍କ ପିଲା ଦିନରେ ମିଠା ଖାଏ। ଦିନକୁ ଦୁଇଥର ଦାନ୍ତ ଘସିବା ଦ୍ୱାରା ଦାନ୍ତ କ୍ଷୟର ର ଆଶଙ୍କା କମିଯାଏ ଏବଂ ଶିଶୁ ଏବଂ ସ୍ଥାୟୀ ଦାନ୍ତ ଉଭୟକୁ ଅଧିକ ସମୟ ପାଇଁ ସୁସ୍ଥ ରଖେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    0.9kmh
    0 %
    Sun
    30 °
    Mon
    29 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ