Friday, April 3, 2026
27 C
Odisha

    ଆସନ୍ତୁ ଜାଣିବା ବର୍ଷା ଦିନେ ମୁହଁକୁ କିପରି ନିମ ପତ୍ରରେ ରଖିବ ସତେଜ

    ଆଗକୁ ପଢନ୍ତୁ

    ତ୍ୱାଚାକୁ ସୁନ୍ଦର ରଖିବାକୁ ଅନେକ ବହୁତ କିଛି ଟ୍ରିଟମେଣ୍ଟ କରନ୍ତି। କିଏ ଲେଜର ଟ୍ରିଟମେଣ୍ଟ ତ ଅନ୍ୟ କି ଫେସ୍ ପିଲିଂ କରନ୍ତି।

    ଆଉ କିଏ ଦାମୀ କସମେଟିକ୍ ବ୍ୟବହାର କରନ୍ତି। ହେଲେ କେବେ ଜାଣିଛନ୍ତି ଆମ ହାତ ପାହାନ୍ତାରେ ଅଛି ଏମିତି ଜିନିଷ ଯାହା ତ୍ୱାଚାକୁ ଚମକେଇବ।ତା ସହ ବ୍ରଣ ମୁକ୍ତ ରଖିବ। ସତେଜ ଦେଖାଯିବ ମୁହଁ। ଆସନ୍ତୁ ଜାଣିବା ବର୍ଷା ଦିନେ ମୁହଁକୁ କିପରି ରଖିବ ସତେଜ।

    ଆୟୁବୈଦରେ ନିମର ଅନେକ ଫାଇଦା ବିଷୟରେ ଆଲୋଚନା କରାଯାଇଛି। ନିମରୁ ଅନେକ ଔଷଧୀୟ ଗୁଣ ମଧ୍ୟ ଅଛି। ନିମ ପତ୍ର ଆମ ଶରୀର ସହ ତ୍ୱାଚା ପାଇଁ ମଧ୍ୟ ବେଶ ଉପକାରୀ।

    ଏଥିରେ ଆଣ୍ଟିବ୍ୟାକ୍ଟେରିଆ, ଆଣ୍ଟି ଇମ୍ଫେ୍ଲମେଟରି ଏବଂ ଫଙ୍ଗଲ ପ୍ରାପଟିଜ ମିଳିଥାଏ। ଯାହା ଦ୍ୱାର ସୁସ୍ଥ ଆଉ ଚମକଦାର ଚେହେରା ମିଳିଥାଏ।

    ନିମର ବ୍ୟବହାର ଲୋକ ମୁହଁରେ କରନ୍ତି। ଯାହା ଦ୍ୱାରା କଳା ଚିହ୍ନ, ଡ୍ରାଏ ସ୍କ୍ରିନ୍ ଏପରି ଅନେକ ସମସ୍ୟା ଦୂର ହୁଏ।

    ନିମ ତେଲ, ପାଉଡ଼ର ଏବଂ ପେଷ୍ଟ କରି ଆପଣ ନିଜର ରେଗୁଲାର ରୁଟିନରେ ସାମିଲ କରିପାରିବେ।

    ନିମର ଆଣ୍ଟିବ୍ୟାକ୍ଟେରିଆ ଗୁଣ ମୁହଁକୁ ସଭା ରଖିବା ସହ ବ୍ୟାକ୍ଟେିରଆ ସହ ଲିଢ଼ିଥାଏ।

    ନିମର ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଫ୍ରି ରେଡିକଲ୍ସ ସହ ଲଢ଼େ। ତ୍ୱାଚାକୁ ଶୁଖିଲା ଦେଖାଯିବା ଭଳି ସମସ୍ୟାରୁ ଦୂର କରି ମୁହଁକୁ ସତେଜ ରଖେ।

    ନିମର ଆଣ୍ଟି ଇଫ୍ଲୋମେଟୋରୀ ଗୁଣ ଫାଟୁଥିବା ତ୍ୱାଚାକୁ ଭଲ କରେ ଏବଂ ଆରାମ ଦିଏ।

    ନିମପତ୍ର ପେଷ୍ଟକୁ ପ୍ରତିଦିନ ତ୍ୱାଚାରେ ୫ ମିନିଟ ପାଇଁ ଲଗାଇଲେ ମୁହଁରୁ କଳା ଦାଗ ଦୂର ହୁଏ। ମୁହଁ ସଭା ମଧ୍ୟ ଦିଶେ।

    ଆପଣ ନିମ ପତ୍ର ଫୁଟାଇ ପାଣିକୁ ମୁହଁରେ ବାମ୍ଫ ମଧ୍ୟ ଦେଇପାରିବେ। ଏହା ଦ୍ୱାରା ତ୍ୱାଚାକୁ ଅନେକ ଫାଇଦା ମଧ୍ୟ ମିଳିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27 ° C
    27 °
    27 °
    42 %
    1.2kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ