Sunday, October 4, 2026
24.3 C
Odisha

    ଆସିବ ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା: ଉପମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟରେ ହିତାଧିକାରୀଙ୍କୁ ଖୁବଶୀଘ୍ର ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି।ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନସୁଦ୍ଧା ୧ କୋଟି ୫୦ହଜାର ମହିଳା ରେଜିଷ୍ଟ୍ରେସନ କରିସାରିଲେଣି। ୨ଟି ପର୍ଯ୍ୟାୟରେ ମୋଟ ୬୦ଲକ୍ଷ ମହିଳାଙ୍କୁ ସହାୟତା ପ୍ରଦାନ କରାଯାଇଛି। ଖୁବଶୀଘ୍ର ତୃତୀୟ ପର୍ଯ୍ୟାୟରେ ବାକି ରହିଥିବା ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯିବ। ଏନସିପିଆଇ କ୍ଲିୟରାନ୍ସ ପରେ ଆଜି ୩୫ଲକ୍ଷ ମହିଳାଙ୍କୁ ଟଙ୍କା ଦିଆଯାଇଛି। କୌଣସି ଯୋଗ୍ୟ ହିତାଧିକାରୀଙ୍କ ଆବେଦନପତ୍ର ଖାରଜ କରାଯିବନି। ଯେଉଁ ହିତାଧିକାରୀଙ୍କ ଆବେଦନରେ ତ୍ରୁଟି ଥିବ ଘରକୁ ଘର ଯାଇ, ବ୍ଲକ ବା ଜିଲା ପ୍ରଶାସନ ଜରିଆରେ ସଂଶୋଧନ କରାଯିବ। ଯେଉଁମାନେ ଟଙ୍କା ପାଇନାହାଁନ୍ତି ବାରମ୍ବାର ଆବେଦନ କରିବା ଅନାବଶ୍ୟକ। ଆଉ ଆବେଦନ ନକରି ତ୍ରୁଟି କଣ ରହିଛି ତାକୁ ସଂଶୋଧନ କରିବାକୁ ପରାମର୍ଶ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ