Thursday, October 8, 2026
30.4 C
Odisha

    ଆସିଲା ଭାରତରେ ପ୍ରଥମ ଜୀକା ଭାଇରସର ମାମଲା

    ଆଗକୁ ପଢନ୍ତୁ

    କରୋନା ଭାଇରସ ସାରା ଦୁନିଆକୁ ଦୋହଲାଇ ଦେଇଥିଲା। ଟୀକା ବାହାରିବା ପରେ ଏହି ମହାମାରୀ ହ୍ରାସ ପାଇଛି। ତେବେ ଏଭଳି ଆଉ ଏକ ଭାଇରସ ସାମ୍ନାକୁ ଆସିଛି। ଭାରତରେ ଜୀକା ଭାଇରସର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଅଧିକାରୀମାନେ ଗୁରୁବାର ଦିନ କହିଛନ୍ତି ଯେ, ଗୁଜରାଟ ଗାନ୍ଧୀନଗର ସହରର ଜଣେ ୭୦ ବର୍ଷୀୟ ବ୍ୟକ୍ତି ଜୀକା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି, ଯାହାପରେ ତାଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯିବା ପରେ ଡିସଚାର୍ଜ କରାଯାଇଛି।
    ଗୁଜରାଟ ସ୍ୱାସ୍ଥ୍ୟ ବିଭାଗ ଏକ ବିବୃତ୍ତିରେ କହିଛନ୍ତି ଯେ, ଚାରି ଦିନ ପୂର୍ବରୁ ରିପୋର୍ଟରେ କହୁଯାଇଛି ଯେ, ସେହି ବ୍ୟକ୍ତି ଜୀକା ଭାଇରସ ଦ୍ୱାରା ସଂକ୍ରମିତ ଥିଲେ, ହେଲେ ସଂପୂର୍ଣ୍ଣ ଭାବେ ଠିକ୍ ହୋଇସାରିବା ପରେ ତାଙ୍କୁ ଏକ ସପ୍ତାହ ପୂର୍ବରୁ ହସ୍ପିଟାଲରୁ ଘରକୁ ପଠାଯାଇଥିଲା।
    ଜୀକା ଭାଇରସ ମୁଖ୍ୟତଃ ଏଡିଜ ମଶା ଦ୍ୱାରା ସଂକ୍ରମଣ ହୋଇଥାଏ। ଏହାର ଲକ୍ଷଣରେ ଜ୍ୱର, କଞ୍ଜୁକ୍ଟିଭାଇଟିସ୍‌, ଗୋଡ-ହାତ ଏବଂ ମାଂଶପେଶୀ ବିନ୍ଧା ହୋଇଥାଏ। ଗର୍ଭାବସ୍ଥା ସମୟରେ ଜୀକା ସଂକ୍ରମଣର କାରଣ ପିଲାମାନଙ୍କୁ ମାଇକ୍ରୋସେଫଲୀ ଏବଂ ଜନ୍ମଯାତ ଶିଶୁ ବିକଳାଙ୍ଗ ହୋଇଥାଏ। ଏହି କାରଣ ଯୋଗୁଁ ସମୟ ପୂର୍ବରୁ ଜନ୍ମ ଏବଂ ଗର୍ଭପାତ ମଧ୍ୟ ହୋଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.4 ° C
    30.4 °
    30.4 °
    58 %
    3.2kmh
    4 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ