Saturday, February 22, 2025
34.5 C
Odisha

    ଆସୁଛି ନୂଆ ଯୋଜନା ସୁଭଦ୍ରା ପ୍ଲସ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ନାରୀ ସଶକ୍ତିକରଣ କରିବେ ରାଜ୍ୟ ସରକାର । ଏହାକୁ ଦୃଷ୍ଟିରେ ରଖି ଚଳିତ ବଜେଟରେ ନାରୀଙ୍କୁ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ସରକାର ଖୋଲି ଦେଇଛନ୍ତି ପାଣ୍ଠି । ରାଜ୍ୟ ମହିଳାଙ୍କୁ ସଶକ୍ତିକରଣକୁ ଦୃଷ୍ଟିରେ ରଖି ସୁଭଦ୍ରା ପ୍ଲସ କାର୍ଯ୍ୟକାରୀ କରାଯିବ ।

    ସୁଭଦ୍ରା ପ୍ଲସରେ କିଶୋରୀ ସୁଭଦ୍ରା, ସୁଭଦ୍ରା ସଞ୍ଚୟ, ସୁଭଦ୍ରା ସଖୀ, ସୁଭଦ୍ରା ଯାତ୍ରୀ, ସୁଭଦ୍ରା ସଂଘ (ସୁଭଦ୍ରା କ୍ଲବ୍), କୁହା ସୁଭଦ୍ରା (କଲ୍ ସେଣ୍ଟର), ସୁଭଦ୍ରା ସହଯୋଗୀ, ସୁଭଦ୍ରା ପଣ୍ଡିତ, ସୁଭଦ୍ରା ସୁଭଦ୍ରା ଓ ସୁଭଦ୍ରା ବୃତ୍ତି ଭଳି ନୂଆ ପଦକ୍ଷେପ ନେବେ ରାଜ୍ୟ ସରକାର ।ବର୍ତ୍ତମାନ ସୁଦ୍ଧା ସୁଭଦ୍ରାର ପ୍ରଥମ କିସ୍ତି ୯୮ ଲ୪ରୁ ଅଧିକ ହିତାଧିକାରୀଙ୍କୁ ୪ ହଜାର ୯ ଶହ କୋଟିରୁ ଅଧିକ ଟଙ୍କା ଦିଆଯାଇଛି । ୫ ବର୍ଷରେ ସମସ୍ତ ଯୋଗ୍ୟ ମହିଳାଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ।୨୦୨୫-୨୬ ଆର୍ଥିକ ବର୍ଷରେ ମହିଳାଙ୍କ ପାଇଁ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସୁଭଦ୍ରା ଯୋଜନାରେ ୧୦ ହଜାର ୧୪୫ କୋଟି ଟଙ୍କା ଓ ସୁଭଦ୍ରା ସୁରକ୍ଷା ଅଧିନରେ ୧୫୩ କୋଟି ଟଙ୍କା ଦିଆଯିବ ।

    ମିଶନ ଶକ୍ତି ପାଇଁ ବ୍ୟୟବରାଦ ୨୭୭୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ମମତା ଯୋଜନାରେ ୨୮୪ କୋଟି ଟଙ୍କା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାରେ ୨୦୮ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି ।କନ୍ୟା ସନ୍ତାନ ବୋଝ ନୁହେଁ, ଝିଅଙ୍କୁ ସମ୍ମାନ ସହ ସାମୁହିକ ବିବାହର ଆୟୋଜନ କରିବେ ସରକାର । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଏ ନେଇ କାର୍ଯ୍ୟକାରୀ ହେବ । ଏଥିପାଇଁ ୧୨ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.5 ° C
    34.5 °
    34.5 °
    18 %
    3.7kmh
    3 %
    Sat
    35 °
    Sun
    33 °
    Mon
    34 °
    Tue
    36 °
    Wed
    36 °

    ସମ୍ବନ୍ଧିତ