Saturday, August 22, 2026
25.3 C
Odisha

    ଆହୁରି ସପ୍ତାହେ ଭିଜିବ ଓଡ଼ିଶା, ୨୪ରୁ ବଢ଼ିବ ବର୍ଷାର ପ୍ରକୋପ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସପ୍ତାହେ ପ୍ରବଳ ବର୍ଷିବ । ୨୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା । ଆଜି ପ୍ରବଳ ବର୍ଷା ପାଇଁ କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରାଯାଇଛି । ସେହିପରି ଆସନ୍ତାକାଲି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ୨୪ ତାରିଖଠୁ ବଢ଼ିବ ବର୍ଷା । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । କିଛି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।

    ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା, ରାସ୍ତାଘାଟରେ ପାଣି ଜମିବା ଏବଂ ଯାତାୟାତରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି । ନଦୀନାଳ ନିକଟରେ ରହୁଥିବା ଲୋକେ ବିଶେଷ ସତର୍କ ରହିବା ସହ ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନା ଉପରେ ନଜର ରଖିବା ଆବଶ୍ୟକ । ରାଜ୍ୟରେ ଆଗାମୀ କିଛି ଦିନ ପାଇଁ ବର୍ଷାର ପ୍ରଭାବ ରହିବାରୁ ପ୍ରଶାସନ ପକ୍ଷରୁ ମଧ୍ୟ ପରିସ୍ଥିତି ଉପରେ ନଜର ରଖାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.3 ° C
    25.3 °
    25.3 °
    93 %
    0.7kmh
    100 %
    Sat
    26 °
    Sun
    29 °
    Mon
    29 °
    Tue
    28 °
    Wed
    30 °

    ସମ୍ବନ୍ଧିତ