Friday, October 2, 2026
22.2 C
Odisha

    ଆହୁରି ୨ ଦିନ ଅସହ୍ୟ ତାତି; ୨୭ରୁ କାଳବୈଶାଖୀ ଆଣିବ ଆଶ୍ୱସ୍ତି !

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଅସହ୍ୟ ଗରମ ଓ ତାତିରେ ରାଜ୍ୟବାସୀ ଛଟପଟ ହେଉଛନ୍ତି। ପଶ୍ଚିମ, ଆଭ୍ୟନ୍ତରୀଣ ଓଡିଶାରେ ଆକାଶରୁ ନିଆଁ ବର୍ଷା ହେବା ଭଳି ଅନୁଭବ ହେଉଛି। ଆହୁରି ୨ ଦିନ ଏଭଳି ଅସହ୍ୟ ତାତି ଅନୁଭବ ହେବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୨୭ ତାରିଖରୁ ଅନେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା ଥିବାରୁ ତାତିରୁ ଆଶ୍ୱସ୍ତି ମିଳିବା ନେଇ ଅନୁମାନ କରାଯାଉଛି । କାଳବୈଶାଖୀ ପରେ ପୁଣି ମେ’ ମାସର ପ୍ରଥମ ସପ୍ତାହରେ ଅସହ୍ୟ ଖରା, ଗରମ ହେବ । ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ, ସମ୍ବଲପୁର, ବରଗଡ, ସୋନପୁରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଅନୁଗୁଳ, ନୂଆପଡା, କଳାହାଣ୍ଡି, ଦେବଗଡରେ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ କଟକ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତିରେ ପ୍ରବଳ ତାତି ସହ ଗୁଳୁଗୁଳି ଅନୁଭବ ହେବ। ଶନିବାର ଅର୍ଥାତ୍‌ ୨୬ ତାରିଖରେ ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ବଲାଙ୍ଗୀର, ବୌଦ୍ଧ, ବରଗଡ, ସୋନପୁର, ଦେବଗଡ,
    ଅନୁଗୁଳ, ନୂଆପଡା, କଳାହାଣ୍ଡିରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର, ଢେଙ୍କାନାଳରେ ଗରମ ଓ ଗୁଳୁଗୁଳି ଅନୁଭବ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ