Wednesday, October 28, 2026
20.8 C
Odisha

    ଆହୁରି ୪ଦିନ କାଳବୈଶାଖୀ, ଆଜି ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟରେ ଲାଗି ରହିଛି କାଳବୈଶାଖୀ ବର୍ଷା । ଆହୁରି ୪ଦିନ କାଳବୈଶାଖୀ ସମ୍ଭାବନା । ବିଜୁଳି ଘଡ଼ଘଡି ସହ କୁଆପଥର ବର୍ଷା ହୋଇପାରେ । ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ବହିପାରେ ପବନ । ଆଜି ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ନୂଆପଡା, କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ, ନୟାଗଡ, ଅନୁଗୁଳ, ଢେଙ୍କାନାଳରେ ବର୍ଷା ହେବ । ଯାଜପୁର, ଭଦ୍ରକ, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା ଓ ଜଗତସିଂହପୁରକୁ ମଧ୍ୟ ଆଲର୍ଟ ଜାରି ହୋଇଛି ।

    ସେହିପରି କାଲି ପାଇଁ ୬ ଜିଲ୍ଲା ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗୋଟିଏରୁ ଦୁଇଟି ସ୍ଥାନରେ ଘଡଘଡି, କୁଆପଥର ମାଡ ସହ ଝଟକା ପବନ ହୋଇପାରେ । ଆସନ୍ତା ୨୪ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ସ୍ଥିତି ଜାରି ରହିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    20.8 ° C
    20.8 °
    20.8 °
    97 %
    2.8kmh
    100 %
    Tue
    21 °
    Wed
    22 °
    Thu
    23 °
    Fri
    27 °
    Sat
    27 °

    ସମ୍ବନ୍ଧିତ