Sunday, April 12, 2026
25.2 C
Odisha

    ଆୟୁଷ୍ମାନ ଭାରତ ଯୋଜନାରେ ଦେଶର ୩୦ ହଜାର ଡାକ୍ତରଖାନାରେ ଚିକିତ୍ସା ସୁବିଧା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଚଳିତ ବର୍ଷ ଫେବ୍ରୁଆରିରୁ ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ଆୟୁଷ୍ମାନ ଭାରତ ଯୋଜନାରେ ମହିଳାମାନଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ମିଳିବ। ଏଥିସହ ସେମାନଙ୍କୁ ଦେଶର ୩୦ ହଜାର ଡାକ୍ତରଖାନାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଏନେଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରତି ପରିବାର ପୁରୁଷଙ୍କ ଲାଗି ୫ ଲକ୍ଷ ଟଙ୍କା ଓ ମହିଳାମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ପ୍ରଦାନ କରିବେ କେନ୍ଦ୍ର ସରକାର।

    ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ଆୟୁଷ୍ମାନ ଭାରତ ଯୋଜନାରେ ମହିଳାମାନଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ମିଳିବ। ଏଥିସହ ସେମାନଙ୍କୁ ଦେଶର ୩୦ ହଜାର ଡାକ୍ତରଖାନାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଏନେଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରତି ପରିବାର ପୁରୁଷଙ୍କ ଲାଗି ୫ ଲକ୍ଷ ଟଙ୍କା ଓ ମହିଳାମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ପ୍ରଦାନ କରିବେ କେନ୍ଦ୍ର ସରକାର। ଏହାସହ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଜାରି ରହିବ।

    ଆୟୁଷ୍ମାନ ଭାରତ ଯୋଜନା ପାଇଁ କେନ୍ଦ୍ରୀୟ ଟିମ୍ ଓଡ଼ିଶା ପରିଦର୍ଶନ କରିସାରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଏହାକୁ ଲାଗୁ କରିବା ପାଇଁ ସରକାର ଘୋଷଣା କରିଥିଲେ। ତେଣୁ ଫେବ୍ରୁଆରିରୁ ଏହା ଲାଗୁ ହେବ। ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଶ୍ରୀ ମହାଲିଙ୍ଗ ଆହୁରି କହିଛନ୍ତି ଯେ କୌଣସି ଗରିବ ଲୋକ ଯେପରି ସ୍ବାସ୍ଥ୍ୟ କାର୍ଡରୁ ବଞ୍ଚିତ ହେବେ ନାହିଁ ତାହାକୁ ଗୁରୁତ୍ବ ଦିଆଯିବ। ରାଜ୍ୟର କୋଟିଏ ପରିବାର ସ୍ବାସ୍ଥ୍ୟ କାର୍ଡ ପାଇବେ।   ୨୦୨୫ରେ ରାଜ୍ୟରେ ସ୍ବାସ୍ଥ୍ୟ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିବ। ନୂଆ ମେଡିକାଲ କଲେଜ, ନର୍ସିଂ କଲେଜ, ଡିଜିଟାଲ ହେଲ୍ପ ମିସନ ଭଳି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.2 ° C
    25.2 °
    25.2 °
    17 %
    1.7kmh
    0 %
    Sat
    25 °
    Sun
    40 °
    Mon
    41 °
    Tue
    42 °
    Wed
    44 °

    ସମ୍ବନ୍ଧିତ