Monday, September 29, 2025
30.1 C
Odisha

    ଇଣ୍ଡିଆନ୍ ବ୍ୟାଙ୍କରେ ଖାଲି ପଡିଛି SO ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ବ୍ୟାଙ୍କ ଚାକିରି ଅପେକ୍ଷାରେ ଥିବା ପିଲାଙ୍କ ପାଇଁ ଖୁସି ଖବର । ଇଣ୍ଡିଆନ୍ ବ୍ୟାଙ୍କରେ ସିନିୟର ପ୍ରୋଭିସନାଲ୍ ଭର୍ତ୍ତି ପାଇଁ ଖାଲି ପଡିଛି ପଦବୀ । ଇଣ୍ଡିଆନ୍ ବ୍ୟାଙ୍କ ୧୭୧ ବିଶେଷଜ୍ଞ ଅଧିକାରୀ ପଦବୀ ଭର୍ତ୍ତି ପାଇଁ ଆବେଦନ ଆମନ୍ତ୍ରଣ କରିଛି । ଏହି ପଦବୀ ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।

    ପଦବୀ ବିବରଣୀ :୧୭୧

    ଚିଫ୍ ମ୍ୟାନେଜର ଇନଫରମେସନ୍ ଟେକ୍ନୋଲୋଜି-୧୦

    ସିନିୟର ମ୍ୟାନେଜର ଇନଫରମେସନ୍ ଟେକ୍ନୋଲୋଜି -୨୫

    ମ୍ୟାନେଜର ଇନଫରମେସନ୍ ଟେକ୍ନୋଲୋଜି -୨୦

    ସିନିୟର ମ୍ୟାନେଜର ଇନଫରମେସନ୍ ସିକ୍ୟୁରିଟି-୧୫

    ଏହି ସବୁ ପଦବୀ ସମେତ ଅନ୍ୟାନ୍ୟ ପଦବୀ ମଧ୍ୟ ସାମିଲ ରହିଛି ।

    ଆବେଦନ ତାରିଖ : ଏହି ଆପ୍ଲିକେସନ୍ ପ୍ରୋସେସ୍ ୨୩ ସେପ୍ଟମ୍ବରରୁ ଆରମ୍ଭ ହୋଇ ୧୩ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁ ରହିବ ।

    ବୟସ ସୀମା : ଆବେଦନକାରୀଙ୍କ ବୟସ ସୀମା ୨୮ ବର୍ଷରୁ ୩୬ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

    ଶିକ୍ଷାଗତ ଯୋଗ୍ୟତା : B.Tech,MBA ଏବଂ MCA ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ମୁଖ୍ୟ ପ୍ରବନ୍ଧକ ସୂଚନା ଉଦ୍ୟୋଗିକ ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ CS/IT/ଇଲେକ୍ଟ୍ରୋନିକ୍ସ/ଇଲେକ୍ଟ୍ରୋନିକ୍ସ, ଟେଲିକମ୍ୟୁନିକେସନ୍/ଇଲେକ୍ଟ୍ରୋନିକ୍ସ, ଯୋଗାଯୋଗ/ଇଲେକ୍ଟ୍ରୋନିକ୍ସ ଏବଂ ଇନଷ୍ଟ୍ରୁମେଣ୍ଟେସନ୍ ରେ ୪ ବର୍ଷର ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ସେହିପରି ଅନ୍ୟାନ୍ୟ ପଦବୀ ପାଇଁ ବିଜ୍ଞପ୍ତି ଯାଞ୍ଚ କରିପାରିବେ ।

    ଆବେଦନ ଶୁଳ୍କ : SC/ST/PWD ବର୍ଗର ପ୍ରାର୍ଥୀମାନଙ୍କୁ ଆବେଦନ ଶୁଳ୍କ ୧୭୫ ଟଙ୍କା ଦେବାକୁ ପଡିବ । ଅନ୍ୟ ସମସ୍ତ ବର୍ଗ ପାଇଁ ଆବେଦନ ଶୁଳ୍କ ୧୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି ।

    ଚୟନ ପ୍ରକ୍ରିୟା : ଆବେଦନକାରୀମାନଙ୍କୁ ଲିଖିତ ପରୀକ୍ଷା ମାଧ୍ୟମରେ ଚୟନ କରାଯିବ। ପରୀକ୍ଷାରେ ଇଂରାଜୀ ଭାଷା, ଯୁକ୍ତି ଏବଂ ମାତ୍ରାତ୍ମକ ଯୋଗ୍ୟତା ସହିତ ସମ୍ପର୍କିତ ପ୍ରଶ୍ନ ପଚରାଯିବ । ପରୀକ୍ଷାରେ ମୋଟ ୧୬୦ ଟି ପ୍ରଶ୍ନ ପଚରାଯିବ।

    ଆବେଦନ ପ୍ରକ୍ରିୟା :

    ଇଣ୍ଡିଆନ୍ ବ୍ୟାଙ୍କର ଅଧିକାରିକ ୱେବସାଇଟକୁ ଯାଆନ୍ତୁ ।
    ହୋମପେଜର ତଳେ ଦିଆଯାଇଥିବା କ୍ୟାରିୟର୍ ଟ୍ୟାବରେ କ୍ଲିକ୍ କରନ୍ତୁ ।
    ଏବେ ଏସଓ ଆପ୍ଲାଏ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।
    ରେଜିଷ୍ଟ୍ରେସନ୍ କରି ସାରିବା ପରେ ଫର୍ମ ପୂରଣ କରନ୍ତୁ ।
    ଆବଶ୍ୟକୀୟ ଡକ୍ୟୁମେଣ୍ଟକୁ ଅପଲୋଡ କରନ୍ତୁ ।
    ଶେଷରେ ଆବେଦନ ଶୁଳ୍କ ଦେଇ ଫର୍ମ ସବମିଟ୍ କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.1 ° C
    30.1 °
    30.1 °
    66 %
    2.2kmh
    87 %
    Mon
    30 °
    Tue
    29 °
    Wed
    31 °
    Thu
    29 °
    Fri
    28 °

    ସମ୍ବନ୍ଧିତ