Saturday, July 5, 2025
24.8 C
Odisha

    ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଆରିୟାନ୍ସ

    ଆଗକୁ ପଢନ୍ତୁ

    କେନ୍ଦ୍ରାପଡ଼ା: ବୟସ ମାତ୍ର ଦୁଇ ବର୍ଷ ଆଠ ମାସ l କିନ୍ତୁ ଅନର୍ଗଳ ଗାଉଛନ୍ତି ବିଭିନ୍ନ ମନ୍ତ୍ର, ଶ୍ଲୋକ ଓ ଭଜନ l ଏତେ କମ ବୟସରେ ଏତେ ସବୁ ଶବ୍ଦ ମନେ ରଖି ନିର୍ଭୁଲ ଭାବେ ଉଚ୍ଚାରଣ କରି ପାରୁଥିବା ଏହି ସୁପର ବେବି ହେଉଛନ୍ତି ଆରିୟାନ୍ସ ମହାନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ପାଣ୍ଡିରି ଗାଁର ଚିତ୍ତରଞ୍ଜନଙ୍କ ପୁଅ ଆରିୟାନ୍ସ । ସେ କେବଳ ଶ୍ଲୋକ କି ମନ୍ତ୍ର ଉଚ୍ଚାରଣ କରୁ ନାହାଁନ୍ତି ବରଂ ବିଭିନ୍ନ ପ୍ରକାର ରାଇମ୍ ଓ ଜାତୀୟ ସଙ୍ଗୀତ ମଧ୍ୟ ବୋଲି ପାରୁଛନ୍ତି l ଏହି ବିସ୍ମୟ ଶିଶୁଟି ମୁହଁରେ ବିଭିନ୍ନ ପ୍ରକାର ସାଧରଣ ଜ୍ଞାନ ପ୍ରଶ୍ନ ଉତ୍ତର, ମାସ ବାର, ରଙ୍ଗ, ଓ ସମ୍ପୂର୍ଣ୍ଣ ଇଂରାଜୀ ବର୍ଣ୍ଣମାଳା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବ l

    ତେବେ ଉଭୟ ଓଡିଆ ଇଂରାଜୀ ଓ ହିନ୍ଦୀ ଭାଷାକୁ ଆୟତ୍ତ କରିପାରିଛନ୍ତି ଆରିୟାନ୍ସ l ଚିତ୍ର ଦେଖି ବିଭିନ୍ନ ପ୍ରକାର ଫୁଲ ଓ ଫଳର ନାମ ମଧ୍ୟ ସେ କହି ପାରନ୍ତି l ଯଦି କେହି ତାଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ନାମ ପଚାରନ୍ତି ଚଟାପଟ ଉତ୍ତର ଦେବାରେ ସେ ହେଳା କରନ୍ତି ନାହିଁ l ଏହି ଚମତ୍କାରିତା ପାଇଁ ଆରିୟାନ୍ସ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ।

    ମାତ୍ର ଦେଢବର୍ଷ ବୟସରୁ ଆରିୟାନ୍ସ ଏସବୁ ଶିଖିବା ଆରମ୍ଭ କଲେ l ପୁଅ ଭିତରେ ଥିବା ଚମତ୍କାର ସ୍ମରଣ ଶକ୍ତି ଓ ଶିଖିବାର ଆଗ୍ରହ ଦେଖି ବାପା ମାଆ ନାନା ପ୍ରକାର ବିଷୟରେ ଶିକ୍ଷା ଦେଇଥିଲେ l କାନ୍ଥରେ ଚିତ୍ର ଝୁଲାଇ ଫୁଲ ଫଳ, ପଶୁ, ପକ୍ଷୀ ଓ ମହାପୁରୁଷଙ୍କ ନାମ ସ୍ମରଣ କରାଇଥିଲେ l ଧୀରେ ଧୀରେ ଆରିୟାନ୍ସ ଏହିସବୁକୁ ଆୟତ୍ତ କରି ପାରିଥିଲେ l ତେବେ ଗତ ମେ ମାସ ୨୬ ତାରିଖରେ ଆରିୟାନ୍ସଙ୍କ ବାପା ଚିତ୍ତରଞ୍ଜନ ଏ ନେଇ ଇଣ୍ଡିଆ ବୁକ ଅଫ ରେକର୍ଡରେ ଅନଲାଇନ ଆବେଦନ କରିଥିଲେ l

    ପୁଅର ସମସ୍ତ କାର୍ଯ୍ୟକଳାପର ରେକର୍ଡ ମଧ୍ୟ ସମ୍ପୃକ୍ତ ସଂସ୍ଥାକୁ ଅନଲାଇନରେ ପଠାଇଥିଲେ l ତାର ସପ୍ତାହକ ପରେ ଇଣ୍ଡିଆ ବୁକ ଅଫ ରେକର୍ଡ ପକ୍ଷରୁ ଆରିୟାନ୍ସଙ୍କ ପରିବାର ସହ ଯୋଗାଯୋଗ କରାଯାଇଥିଲା l ଏବଂ ଆରିୟାନ୍ସଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା l ଏହି ଖବର ଜଣାପଡିବା ପରେ ଆରିୟାନ୍ସଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    83 %
    4kmh
    100 %
    Fri
    25 °
    Sat
    29 °
    Sun
    25 °
    Mon
    27 °
    Tue
    24 °

    ସମ୍ବନ୍ଧିତ