Thursday, October 22, 2026
23.3 C
Odisha

    ଇଣ୍ଡୋନେସିଆରେ ଭୂକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୬.୧

    ଆଗକୁ ପଢନ୍ତୁ

    ଇଣ୍ଡୋନେସିଆ: ଭୂକମ୍ପରେ ଥରିଲା ଇଣ୍ଡୋନେସିଆ । ତୀବ୍ର ଭୂକମ୍ପର ଝଟକା ଅନୁଭବ କଲେ ଇଣ୍ଡୋନେସିଆବାସୀ । ଇଣ୍ଡୋନେସିଆର ସୁଲାୱେସୀ ଦ୍ବୀପ ନିକଟରେ ଭୂକମ୍ପ ଅନୁଭୂତ । ତେବେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୧ ରେକର୍ଡ ହୋଇଛି ।ସ୍ଥାନୀୟ ସମୟ ଅନୁସାରେ ଆଜି ସକାଳ ୬.୫୫ ମିନିଟରେ ଭୂକମ୍ପର ଝଟକା ଲାଗିଥିଲା । ସେପଟେ ଭୂକମ୍ପର ପରେ ସୁନାମୀର କୌଣସି ଆଶଙ୍କା ନଥିବା ଭୂବିଜ୍ଞାନୀମାନେ କହିଛନ୍ତି । ତେବେ ୨୦୨୧ରେ ଇଣ୍ଡୋନେସିଆର ସେହି ସୁଲାୱେସୀରେ ଭୂକମ୍ପର ଝଟକା ଲାଗିଥିଲା । ଯାହାର ତୀବ୍ରତା ଥିଲା ୬.୨ ଏବଂ ସେଥିରେ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ବେଘର ହୋଇଥିଲେ ।
    ୨୦୧୮ରେ ବି ଭୂକମ୍ପ- ଇଣ୍ଡୋନେସିଆ ସୁଲାୱେସୀର ପାଲୁରେ ଭୂକମ୍ପ ହୋଇଥିଲା । ୭.୫ ତୀବ୍ରତା ବିଶିଷ୍ଟ ଏହି ଭୂକମ୍ପରେ ବଡ ସୁନାମୀ ମାଡି ଆସିଥିଲା । ଯେଉଁଥିଲେ ୨୨୦୦ ଲୋକ ପ୍ରାଣ ହରାଇଥିଲେ । ୨୦୦୪ରେ ବଡ ଭୂକମ୍ପରେ ଥରିଥିଲା ଇଣ୍ଡୋନେସିଆ । ୯.୧ ଥିଲା ଭୂକମ୍ପର ତୀବ୍ରତା । ଯେଉଁଥିରେ ଲକ୍ଷେ ୭୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    70 %
    0.6kmh
    0 %
    Thu
    30 °
    Fri
    29 °
    Sat
    29 °
    Sun
    26 °
    Mon
    26 °

    ସମ୍ବନ୍ଧିତ