Sunday, October 26, 2025
28.8 C
Odisha

    ଇଣ୍ଡୋନେସିଆରେ ୬.୨ ତୀବ୍ରତାର ଭୂକମ୍ପ

    ଆଗକୁ ପଢନ୍ତୁ

    ଇଣ୍ଡୋନେସିଆରେ ଭୟଙ୍କର ଭୂକମ୍ପ ଝଟକା । ଆଜି ସକାଳେ ଏକ ଭୟଙ୍କର ଭୂମିକମ୍ପରେ ଇଣ୍ଡୋନେସିଆ ଥରି ଉଠିଛି । ସୁଲାୱେସି ଅଞ୍ଚଳର ମିନାହାସା ଉପଦ୍ୱୀପରେ ଏହି ଭୂମିକମ୍ପ ହୋଇଛି, ଯାହାର ତୀବ୍ରତା ୬.୩ ରହିଛି ।
    ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ (GFZ) ଅନୁଯାୟୀ, ସକାଳ ୨.୨୦ ରେ ହୋଇଥିବା ଭୂମିକମ୍ପର କେନ୍ଦ୍ରସ୍ଥଳ ୧୪୭ କିଲୋମିଟର ଗଭୀରତାରେ ଚିହ୍ନଟ କରାଯାଇଛି । ତେବେ ଗତ ୩ ମାସ ମଧ୍ୟରେ ଇଣ୍ଡୋନେସିଆରେ ଅନେକ ଥର ଭୂକମ୍ପ ଝଟକ ଅନୁଭୂତ ହୋଇଛି ।

    ଦୁଇ ଦିନ ପୂର୍ବରୁ ମଧ୍ୟ ଇଣ୍ଡୋନେସିଆର ସେରାମରେ ଏକ ଭୂମିକମ୍ପ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ମାପ କରାଯାଇଥିଲା । ଏହାର କେନ୍ଦ୍ରସ୍ଥଳ ପାଖାପାଖି ୨୪୪ କିମି ରହିଥିଲା । ସେହିଭଳି ୨୩ ମଇରେ ଆସିଥିବା ଭୂକମ୍ପର ତୀବ୍ରତା ୫.୯ ରହିଥିଲା ।

    ଜୁଲାଇରେ ଇଣ୍ଡୋନେସିଆର ତାନିମ୍ବାର ଦ୍ୱୀପପୁଞ୍ଜର ଉପକୂଳରେ ଏକ ଭୂମିକମ୍ପ ହୋଇଥିଲା, ଯାହାର କେନ୍ଦ୍ରସ୍ଥଳ ୯୮ କିଲୋମିଟର ଗଭୀରତାରେ ରହିଥିଲା । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୭ ମାପ କରାଯାଇଥିଲା ।

    ବିଶ୍ବରେ ସବୁଠାରୁ ଅଧିକ ଭୂକମ୍ପ ଇଣ୍ଡୋନେସିଆ, ଜାପାନ ଏବଂ ଫିଲିପିନ୍ସରେ ହୋଇଥାଏ । କେବଳ ଇଣ୍ଡୋନେସିଆ ନୁହେଁ ଜୁଲାଇରେ ଭାରତର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଜୁଲାଇ ୧୦ ତାରିଖରେ ଦିଲ୍ଲୀ ଏନସିଆର ,ବଂ ହରିୟାଣାର କିଛି ସ୍ଥାନରେ ୪.୪ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.8 ° C
    28.8 °
    28.8 °
    64 %
    2.2kmh
    91 %
    Sun
    28 °
    Mon
    29 °
    Tue
    26 °
    Wed
    25 °
    Thu
    24 °

    ସମ୍ବନ୍ଧିତ