Wednesday, October 7, 2026
27.2 C
Odisha

    ଇତିହାସ ରଚିବେ ବିଧବା, ହୋଲି ଖେଳି ଓ୍ୱାର୍ଲ୍ଡ ରେକର୍ଡ କରିବେ ବିଧବା ମହିଳା

    ଆଗକୁ ପଢନ୍ତୁ

    ଉତ୍ତରପ୍ରଦେଶ : ହୋଲି ଖୋଳିବେ ବିଧବା ମହିଳା। ଦୀର୍ଘ ଦୀନ ହେବ ଯେଉଁ ପରମ୍ପରା ରହି ଆସୁଥିଲା। ତାକୁ ଭାଙ୍ଗି ରଚିବେ ଓ୍ୱାର୍ଲ୍ଡ ରେକର୍ଡ। ଏଥିପାଇଁ ସମସ୍ତ ପ୍ରକାର ଆୟୋଜନ ମଧ୍ୟ ଆରମ୍ଭ ହୋଇଗଲାଣି। ଚଳିତ ବର୍ଷ ୨୦୦୦ ବିଧବା ମହିଳା ଏକା ସାଙ୍ଗରେ ହୋଲି ଖେଳି ରଚିବେ ବିଶ୍ୱ ରେକର୍ଡ। ବିଧବାମାନଙ୍କ ଦ୍ୱାରା ଏହି ରେକର୍ଡ ସୃଷ୍ଟିକାରୀ ହୋଲି ପାଳନ ସାମାଜିକ ପରିବର୍ତ୍ତନକୁ ଏକ ଶକ୍ତିଶାଳୀ ବାର୍ତ୍ତା ପଠାଇବ ବୋଲି ଆଶା କରାଯାଉଛି। ବୃନ୍ଦାବନରେ ବିଧବାମାନଙ୍କ ହୋଲି ଖେଳିବା ଏକ ଅନନ୍ୟ ସାଂସ୍କୃତିକ ଉତ୍ସବ, କାରଣ ଦେଶର ଅଧିକାଂଶ ସ୍ଥାନରେ ହୋଲି ସମୟରେ ବିଧବାମାନଙ୍କୁ ରଙ୍ଗ ଖେଳିବାକୁ ଅନୁମତି ନାହିଁ।

    ହୋଲି ଖେଳିବେ ବିଧବା: ତେବେ ହୋଲି ହେଉଛି ରଙ୍ଗର ପର୍ବ। ଯେଉଁ ପର୍ବକୁ ଦେଶର ବିଭିନ୍ନ ସ୍ଥାନରେ ବେଶ୍ ଧୁିମ୍ ଧାମରେ ପାଳନ କରାଯାଏ। ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୁଢ଼ା ବୁଢ଼ି ପର୍ଯ୍ୟନ୍ତ ସମସ୍ତେ ଏହି ରଙ୍ଗ ପର୍ବ ବା ହୋଲିକୁ ବେଶ ଧୁମ୍ ଧାମରେ ପାଳନ କରିଥାନ୍ତି।ହେଲେ ଦେଶର କିଛି ସ୍ଥାନରେ ଏହି ପର୍ବରେ ହୋଲି ଖେଳିବା ପାଇଁ ନିର୍ଦ୍ଦିଷ୍ଟ କେତେକ ଲୋକଙ୍କୁ ବାରଣ କରାଯାଇଥାଏ। ଆଉ ସେମାନେ ହେଲେ ବିଧବା ମହିଳା। ଯେହେତୁ ସେମାନେ ବିଧବା ତେଣୁ ରଙ୍ଗ ଖେଳିବା ପାଇଁ ସେମାନଙ୍କୁ ବାରଣ କରାଯାଏ।

    ବିଶ୍ୱ ରେକର୍ଡ: ହେଲେ ଚଳିତ ବର୍ଷ ସେମିତି କିଛି ହେବ ନାହିଁ। ପାଖାପାଖି ୨୦୦୦ରୁ ଅଧିକ ମହିଳା ଚଳିତ ବର୍ଷ ରଙ୍ଗ ଖେଳି ଗିନିଜ୍ ବିଶ୍ୱ ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି। ଉତ୍ତର ପ୍ରଦେଶ ସରକାରଙ୍କ ପର୍ଯ୍ୟଟନ ବିଭାଗ ବୃନ୍ଦାବନର ସାମାଜିକ ସଂଗଠନଗୁଡ଼ିକ ସହିତ ମିଳିତ ଭାବରେ ଉଲ୍ଲେଖନୀୟ ‘ବିଧବା ହୋଲି-୨୦୨୫’ ଆୟୋଜ କରିବାକୁ ଯାଉଛି।

    ଗିନିଜ୍ ବିଶ୍ୱ ରେକର୍ଡ ହାସଲ କରିବା ପାଇଁ ଏହି ଅନନ୍ୟ ହୋଲି ଉତ୍ସବରେ ୨୦୦୦ ରୁ ଅଧିକ ବିଧବା ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଏହାସହ ଏହି ପ୍ରୟାସ ସାମାଜିକ ପରିବର୍ତ୍ତନକୁ ଏକ ଶକ୍ତିଶାଳୀ ବାର୍ତ୍ତା ପଠାଇବ ବୋଲି ଆଶା କରାଯାଉଛି।ପ୍ରତିବର୍ଷ ବୃନ୍ଦାବନର ବିଭିନ୍ନ ଆଶ୍ରମର ହଜାର ହଜାର ବିଧବା ହୋଲିର ରଙ୍ଗ, ସଙ୍ଗୀତ ଏବଂ ଭକ୍ତିକୁ ଗ୍ରହଣ କରନ୍ତି। ଏହି କାର୍ଯ୍ୟକ୍ରମ ସାମାଜିକ ପରିବର୍ତ୍ତନର ପ୍ରତୀକ ଭାବରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ପାଇଛି।

    ଏହି ବର୍ଷ ଏହା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବ ଯେଉଁଥିରେ ପାରମ୍ପରିକ ଲୋକଗୀତ, ନୃତ୍ୟ, ଭକ୍ତି ସଙ୍ଗୀତ ଏବଂ ଜୈବିକ ରଙ୍ଗ ପରିବେଷଣ କରାଯିବ। ଗିନିଜ୍ ୱାର୍ଲ୍ଡ ରେକର୍ଡର ଅଧିକାରୀମାନେ ପ୍ରମାଣପତ୍ର ପ୍ରକ୍ରିୟା ତଦାରଖ ଏବଂ ସହଜ କରିବା ପାଇଁ ଉପସ୍ଥିତ ରହିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ