ଖବରଦେଶ-ବିଦେଶ ଇତିହାସ ରଚିଲା ତୁର୍କୀ ନିର୍ମିତ ଡ୍ରୋନ୍, ବିଶ୍ୱର ପ୍ରଥମ ଦେଶ ଭାବେ ତୁର୍କୀକୁ ସଫଳତା By Hemant December 1, 2025 8 0 ଆଗକୁ ପଢନ୍ତୁ ପ୍ରବାସୀ ଶ୍ରମିକଙ୍କ ପାଇଁ ବଢ଼ିଲା ସୁବିଧା, ଏଣିକି କୋଟାରେ ମିଳିବ ଗ୍ୟାସ୍ ସିଲିଣ୍ଡର ଖରାଦିନେ ଖାଆନ୍ତୁ ପୋଟଳ,ଦୂର ହେବ ସ୍ୱାସ୍ଥ୍ୟ ସମସ୍ୟା ରାତିରେ ଝଲସିବ ଶ୍ରୀମନ୍ଦିର, ୧୮ କୋଟି ଖର୍ଚ୍ଚରେ କରାଯିବ ସ୍ବତନ୍ତ୍ର ଆଲୋକୀକରଣ ଯାଜପୁର ଗୁଳିକାଣ୍ଡରେ SCBରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ, ପତ୍ନୀଙ୍କ ହାତ ଥିବା ଅଭିଯୋଗ ଆଣିଲେ ପରିବାର Hemant ନୂଆଦିଲ୍ଲୀ : ଇତିହାସ ରଚିଲା ତୁର୍କୀର କିଜିଲେଲ୍ମା ଡ୍ରୋନ । ତୁର୍କୀର ମାନବବିହୀନ ଯୁଦ୍ଧ ବିମାନ ବା ଡ୍ରୋନ୍ ‘କିଜିଲେଲ୍ମା’ (KIZILELMA) ଏକ ଐତିହାସିକ ସଫଳତା ହାସଲ କରିଛି । ଏହି ଡ୍ରୋନ୍ ଟି ଆକାଶ ମାର୍ଗରେ ଉଡୁଥିବା ଏକ ଦ୍ରୁତଗାମୀ ଟାର୍ଗେଟ୍ ବିମାନକୁ ମିସାଇଲ ମାଡ଼ କରି ଖସାଇ ଦେଇଛି । ବିଶ୍ୱରେ ପ୍ରଥମ ଥର ପାଇଁ କୌଣସି ଡ୍ରୋନ୍ ଆକାଶରୁ ଆକାଶକୁ (Air-to-Air) ଆକ୍ରମଣ କରି ଅନ୍ୟ ବିମାନକୁ ଧ୍ୱଂସ କରିବାରେ ସଫଳ ହୋଇଛି । ଏହି ପରୀକ୍ଷଣର ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଥିଲା । ଅର୍ଥାତ୍, ଶତ୍ରୁ ବିମାନକୁ ଠାବ କରିବା ଠାରୁ ଆରମ୍ଭ କରି ମିସାଇଲ୍ ମାଡ଼ କରିବା ପର୍ଯ୍ୟନ୍ତ ମଣିଷର କୌଣସି ହସ୍ତକ୍ଷେପ ନଥିଲା । ଡ୍ରୋନ୍ ନିଜେ ନିଷ୍ପତ୍ତି ନେଇ ଟାର୍ଗେଟ୍ କୁ ଧ୍ୱଂସ କରିଥିଲା । ଏଥିରେ ତୁର୍କୀର ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ‘ଗୋକଡୋଗାନ୍’ ମିସାଇଲ୍ ବ୍ୟବହାର କରାଯାଇଥିଲା । ଏହି ପରୀକ୍ଷଣ ବେଳେ ‘କିଜିଲେଲ୍ମା’ ଡ୍ରୋନ୍ ସହିତ ତୁର୍କୀ ବାୟୁସେନାର ୫ଟି F-16 ଯୁଦ୍ଧ ବିମାନ ମଧ୍ୟ ଉଡ଼ାଣ ଭରିଥିଲେ । ଭବିଷ୍ୟତରେ ମଣିଷ ଚାଳିତ ବିମାନ ଏବଂ ଡ୍ରୋନ୍ କିପରି ଏକାଠି ମିଶି କାମ କରିବେ, ତାହାର ଏକ ଉଦାହରଣ ପ୍ରସ୍ତୁତ କହିଛି। ବାୟକାର୍ କମ୍ପାନୀର ମୁଖ୍ୟ ସେଲ୍ କୁକ୍ ବାୟରାକ୍ତାର କହିଛନ୍ତି, “ଏହା ଏକ ନୂତନ ଯୁଗର ଆରମ୍ଭ । ଏବେ ମାନବବିହୀନ ଲଢୁଆ ବିମାନ ଆକାଶରେ ନିଜର ପ୍ରାଧାନ୍ୟ ବିସ୍ତାର କରିବେ । ‘କିଜିଲେଲ୍ମା’ର ବେଗ ଶବ୍ଦର ବେଗ ଠାରୁ ଅଧିକ ରହିଥିବା ବେଳେ ଏହା ରାଡାର୍ ରେ ସହଜରେ ଧରାପଡିବ ନାହିଁ । ଏହି ପରୀକ୍ଷଣ ସହ ତୁର୍କୀ ବିଶ୍ୱର ଅନ୍ୟ ଶକ୍ତିଶାଳୀ ଦେଶମାନଙ୍କୁ ପଛରେ ପକାଇ ଡ୍ରୋନ୍ ଟେକ୍ନୋଲୋଜିରେ ଆଗୁଆ ହୋଇପାରିଛି । Continue Reading ଖବରଦେଶ-ବିଦେଶ TagsInternationalTurkey drone Share FacebookTwitterPinterestWhatsApp Previous article୩ ଦିନ ପରେ ରାଜ୍ୟକୁ ଫେରିବ ଶୀତ, ୩ ଡିଗ୍ରୀ କମିବ ତାପମାତ୍ରାNext articleରାସ୍ତା ମଝିରେ ହୁହୁ ହୋଇ ଜଳିଗଲା ହାଇୱା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଅନ୍ୟାନ୍ୟ ଖବର ଖର୍ଗ ଦ୍ଵୀପ ଉପରେ ଆମେରିକାର ଆକ୍ରମଣ ଏବେ ଏଟିଏମ୍ ଏବଂ ୟୁପିଆଇ ମାଧ୍ୟମରେ ଉଠାଇପାରିବେ ପିଏଫ୍ ଟଙ୍କା ! ଆନ୍ଧ୍ରପ୍ରଦେଶର ସ୍ଥାୟୀ ରାଜଧାନୀ ‘ଅମରାବତୀ’, ସରକାର ଜାରି କଲେ ନୋଟିଫିକେସନ ପ୍ରବାସୀ ଶ୍ରମିକଙ୍କ ପାଇଁ ବଢ଼ିଲା ସୁବିଧା, ଏଣିକି କୋଟାରେ ମିଳିବ ଗ୍ୟାସ୍ ସିଲିଣ୍ଡର ବାଲୁକା କଳା ମାଧ୍ୟମରେ ସ୍ୱାସ୍ଥ୍ୟକର୍ମୀଙ୍କୁ ସଲାମ କଲେ ସୁଦର୍ଶନ ପାଣିପାଗ Odisha broken clouds enter location 26.1 ° C 26.1 ° 26.1 ° 59 % 3.2kmh 82 % Tue 31 ° Wed 39 ° Thu 37 ° Fri 39 ° Sat 39 ° ସମ୍ବନ୍ଧିତ ଖର୍ଗ ଦ୍ଵୀପ ଉପରେ ଆମେରିକାର ଆକ୍ରମଣ ଏବେ ଏଟିଏମ୍ ଏବଂ ୟୁପିଆଇ ମାଧ୍ୟମରେ ଉଠାଇପାରିବେ ପିଏଫ୍ ଟଙ୍କା ! ଆନ୍ଧ୍ରପ୍ରଦେଶର ସ୍ଥାୟୀ ରାଜଧାନୀ ‘ଅମରାବତୀ’, ସରକାର ଜାରି କଲେ ନୋଟିଫିକେସନ ଆସନ୍ତୁ ଜାଣିବା ଖରାଦିନେ ଅଙ୍ଗୁର ଖାଇବାର ଲାଭ
ଏବେ ମାନବବିହୀନ ଲଢୁଆ ବିମାନ ଆକାଶରେ ନିଜର ପ୍ରାଧାନ୍ୟ ବିସ୍ତାର କରିବେ । ‘କିଜିଲେଲ୍ମା’ର ବେଗ ଶବ୍ଦର ବେଗ ଠାରୁ ଅଧିକ ରହିଥିବା ବେଳେ ଏହା ରାଡାର୍ ରେ ସହଜରେ ଧରାପଡିବ ନାହିଁ । ଏହି ପରୀକ୍ଷଣ ସହ ତୁର୍କୀ ବିଶ୍ୱର ଅନ୍ୟ ଶକ୍ତିଶାଳୀ ଦେଶମାନଙ୍କୁ ପଛରେ ପକାଇ ଡ୍ରୋନ୍ ଟେକ୍ନୋଲୋଜିରେ ଆଗୁଆ ହୋଇପାରିଛି ।