ଖବରଦେଶ-ବିଦେଶ ଇତିହାସ ରଚିଲା ତୁର୍କୀ ନିର୍ମିତ ଡ୍ରୋନ୍, ବିଶ୍ୱର ପ୍ରଥମ ଦେଶ ଭାବେ ତୁର୍କୀକୁ ସଫଳତା By Hemant December 1, 2025 12 0 ଆଗକୁ ପଢନ୍ତୁ ଏହି ପରିବାରେ ରହିଛି ଚମତ୍କାରୀ ଗୁଣ, ଅନେକ ରୋଗରୁ ଦେଇଥାଏ ମୁକ୍ତି ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ କିଟ୍-କିସ୍ର ୩୪ ଅଧ୍ୟାପକ ଆଜି ପବିତ୍ର ମହାଳୟା ଅମାବାସ୍ୟା, ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବାର ରହିଛି ପରମ୍ପରା ଲକ୍ଷ୍ନୌ ଷ୍ଟେସନରୁ ୧.୭୨ କୋଟିର ସୁନା ଜବତ, ଜଣେ ଗିରଫ Hemant ନୂଆଦିଲ୍ଲୀ : ଇତିହାସ ରଚିଲା ତୁର୍କୀର କିଜିଲେଲ୍ମା ଡ୍ରୋନ । ତୁର୍କୀର ମାନବବିହୀନ ଯୁଦ୍ଧ ବିମାନ ବା ଡ୍ରୋନ୍ ‘କିଜିଲେଲ୍ମା’ (KIZILELMA) ଏକ ଐତିହାସିକ ସଫଳତା ହାସଲ କରିଛି । ଏହି ଡ୍ରୋନ୍ ଟି ଆକାଶ ମାର୍ଗରେ ଉଡୁଥିବା ଏକ ଦ୍ରୁତଗାମୀ ଟାର୍ଗେଟ୍ ବିମାନକୁ ମିସାଇଲ ମାଡ଼ କରି ଖସାଇ ଦେଇଛି । ବିଶ୍ୱରେ ପ୍ରଥମ ଥର ପାଇଁ କୌଣସି ଡ୍ରୋନ୍ ଆକାଶରୁ ଆକାଶକୁ (Air-to-Air) ଆକ୍ରମଣ କରି ଅନ୍ୟ ବିମାନକୁ ଧ୍ୱଂସ କରିବାରେ ସଫଳ ହୋଇଛି । ଏହି ପରୀକ୍ଷଣର ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଥିଲା । ଅର୍ଥାତ୍, ଶତ୍ରୁ ବିମାନକୁ ଠାବ କରିବା ଠାରୁ ଆରମ୍ଭ କରି ମିସାଇଲ୍ ମାଡ଼ କରିବା ପର୍ଯ୍ୟନ୍ତ ମଣିଷର କୌଣସି ହସ୍ତକ୍ଷେପ ନଥିଲା । ଡ୍ରୋନ୍ ନିଜେ ନିଷ୍ପତ୍ତି ନେଇ ଟାର୍ଗେଟ୍ କୁ ଧ୍ୱଂସ କରିଥିଲା । ଏଥିରେ ତୁର୍କୀର ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ‘ଗୋକଡୋଗାନ୍’ ମିସାଇଲ୍ ବ୍ୟବହାର କରାଯାଇଥିଲା । ଏହି ପରୀକ୍ଷଣ ବେଳେ ‘କିଜିଲେଲ୍ମା’ ଡ୍ରୋନ୍ ସହିତ ତୁର୍କୀ ବାୟୁସେନାର ୫ଟି F-16 ଯୁଦ୍ଧ ବିମାନ ମଧ୍ୟ ଉଡ଼ାଣ ଭରିଥିଲେ । ଭବିଷ୍ୟତରେ ମଣିଷ ଚାଳିତ ବିମାନ ଏବଂ ଡ୍ରୋନ୍ କିପରି ଏକାଠି ମିଶି କାମ କରିବେ, ତାହାର ଏକ ଉଦାହରଣ ପ୍ରସ୍ତୁତ କହିଛି। ବାୟକାର୍ କମ୍ପାନୀର ମୁଖ୍ୟ ସେଲ୍ କୁକ୍ ବାୟରାକ୍ତାର କହିଛନ୍ତି, “ଏହା ଏକ ନୂତନ ଯୁଗର ଆରମ୍ଭ । ଏବେ ମାନବବିହୀନ ଲଢୁଆ ବିମାନ ଆକାଶରେ ନିଜର ପ୍ରାଧାନ୍ୟ ବିସ୍ତାର କରିବେ । ‘କିଜିଲେଲ୍ମା’ର ବେଗ ଶବ୍ଦର ବେଗ ଠାରୁ ଅଧିକ ରହିଥିବା ବେଳେ ଏହା ରାଡାର୍ ରେ ସହଜରେ ଧରାପଡିବ ନାହିଁ । ଏହି ପରୀକ୍ଷଣ ସହ ତୁର୍କୀ ବିଶ୍ୱର ଅନ୍ୟ ଶକ୍ତିଶାଳୀ ଦେଶମାନଙ୍କୁ ପଛରେ ପକାଇ ଡ୍ରୋନ୍ ଟେକ୍ନୋଲୋଜିରେ ଆଗୁଆ ହୋଇପାରିଛି । Continue Reading ଖବରଦେଶ-ବିଦେଶ TagsInternationalTurkey drone Share FacebookTwitterPinterestWhatsApp Previous article୩ ଦିନ ପରେ ରାଜ୍ୟକୁ ଫେରିବ ଶୀତ, ୩ ଡିଗ୍ରୀ କମିବ ତାପମାତ୍ରାNext articleରାସ୍ତା ମଝିରେ ହୁହୁ ହୋଇ ଜଳିଗଲା ହାଇୱା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଅନ୍ୟାନ୍ୟ ଖବର ଫ୍ଲାଏଦୁବାଇ ବିମାନରେ ଭାରତୀୟ ପାଇଲଟ୍ଙ୍କୁ ଆକ୍ରମଣ ଘଟଣାର ତଦନ୍ତ କରିବ ଏନ୍ଆଇଏ ୧୩ରେ ଲଘୁଚାପ ; ଦକ୍ଷିଣ, ଉପକୂଳରେ ବେଶି ବର୍ଷିବ ! ଭଦ୍ରକରେ ଜଳିଗଲା ଜୋତା ଗୋଦାମ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ କିଟ୍-କିସ୍ର ୩୪ ଅଧ୍ୟାପକ ଲକ୍ଷ୍ନୌ ଷ୍ଟେସନରୁ ୧.୭୨ କୋଟିର ସୁନା ଜବତ, ଜଣେ ଗିରଫ ପାଣିପାଗ Odisha clear sky enter location 22.8 ° C 22.8 ° 22.8 ° 82 % 0.9kmh 0 % Sat 22 ° Sun 30 ° Mon 29 ° Tue 30 ° Wed 30 ° ସମ୍ବନ୍ଧିତ ଫ୍ଲାଏଦୁବାଇ ବିମାନରେ ଭାରତୀୟ ପାଇଲଟ୍ଙ୍କୁ ଆକ୍ରମଣ ଘଟଣାର ତଦନ୍ତ କରିବ ଏନ୍ଆଇଏ ଶକ୍ତିଶାଳୀ ଭୂକମ୍ପରେ ଥରିଲା ପନାମା ଆଜି ଦିଲ୍ଲୀରେ CJPର ବଡ଼ ପ୍ରତିବାଦ, ଜନ୍ତରମନ୍ତରରେ ଆନ୍ଦୋଳନ ଡାକରା ୨୦୨୬ ନୋବେଲ୍ ଶାନ୍ତି ପୁରସ୍କାର ଘୋଷଣା; ନାଭି ପିଲେଙ୍କୁ ମିଳିବ ସମ୍ମାନ
ଏବେ ମାନବବିହୀନ ଲଢୁଆ ବିମାନ ଆକାଶରେ ନିଜର ପ୍ରାଧାନ୍ୟ ବିସ୍ତାର କରିବେ । ‘କିଜିଲେଲ୍ମା’ର ବେଗ ଶବ୍ଦର ବେଗ ଠାରୁ ଅଧିକ ରହିଥିବା ବେଳେ ଏହା ରାଡାର୍ ରେ ସହଜରେ ଧରାପଡିବ ନାହିଁ । ଏହି ପରୀକ୍ଷଣ ସହ ତୁର୍କୀ ବିଶ୍ୱର ଅନ୍ୟ ଶକ୍ତିଶାଳୀ ଦେଶମାନଙ୍କୁ ପଛରେ ପକାଇ ଡ୍ରୋନ୍ ଟେକ୍ନୋଲୋଜିରେ ଆଗୁଆ ହୋଇପାରିଛି ।