Sunday, October 4, 2026
28.6 C
Odisha

    ଇମୋଜିର ରଙ୍ଗ ହଳଦିଆ କାହିଁକି ? ଆସନ୍ତୁ ଜାଣିବା

    ଆଗକୁ ପଢନ୍ତୁ

    ବର୍ତ୍ତମାନର ଡିଜିଟାଲ ଯୁଗରେ ପ୍ରତ୍ୟକ୍ଷ ଭାବେ ହେଉ କି ପରୋକ୍ଷ ଭାବେ ହେଉ ସମସ୍ତେ ଇମୋଜି ବ୍ୟବହାର କରନ୍ତି          ଏବଂ ଏହା ନିଶ୍ଚିତ ଭାବେ ସମସ୍ତଙ୍କୁ ଖୁସି ପ୍ରଦାନ କରିଥାଏ। ତେବେ ସମସ୍ତଙ୍କ ମନରେ ପ୍ରଶ୍ନ  ଆସେ ଇମୋଜିର ରଙ୍ଗ କ’ଣ ହଳଦିଆ ହେଲା,ଅନ୍ୟ ରଙ୍ଗ ନୁହେଁ କାହିଁକି? ୧୯୬୩ ମସିହାରେ ଇମୋଜିର ବ୍ୟବହାର ସର୍ବପ୍ରଥମେ କରାଯାଇଥିବା କୁହାଯାଉଛି । ଜଣାପଡ଼ିଛି ଯେ, ଥରେ ଏକ ଲାଇଫ୍ ଇନ୍ସ୍ୟୁରାନସ କମ୍ପାନୀ ଏକ ବଡ଼ ବିପଦରେ ପଡ଼ିଯାଇଥିଲା । ସେହି ସମୟରେ ଉକ୍ତ କମ୍ପାନୀ ନିଜର କର୍ମଚାରୀଙ୍କ ମନୋବଳ ବଢ଼ାଇବା ପାଇଁ ଜଣେ ଗ୍ରାଫିକ୍ ଡିଜାଇନରଙ୍କୁ ନିଯୁକ୍ତି ଦେଇ ଏକ ପ୍ରତୀକ ବା ସିମ୍ବଲ ତିଆରି କରିଥିଲେ । ଉକ୍ତ ସିମ୍ବଲଟି ହଳଦିଆ ରଙ୍ଗର ସ୍ମାଇଲ ଫେସ୍ ପରି ହୋଇଥିଲା । ତା’ର ପ୍ରଭାବ କର୍ମଚାରୀଙ୍କ ଉପରେ ବହୁ ମାତ୍ରାରେ ପଡ଼ିଥିଲା । ପରେ ଉକ୍ତ ସିମ୍ବଲ ଉପରେ ବହୁତ ଚର୍ଚ୍ଚା ହୋଇଥିଲା । ହଳିଦିଆ ରଙ୍ଗ ସାଧାରଣତଃ ଧଳା ଓ କଳା ରଙ୍ଗଠାରୁ ଅଲଗା ହେବା ସହ ତାହା ଖୁସିର ପ୍ରତୀକ ହୋଇଥାଏ । ଏଥିସହ ହଳଦିଆ ରଙ୍ଗ ଧ୍ୟାନ ଓ ସକାରାତ୍ମକ ଭାବନା ବୃଦ୍ଧି କରିଥାଏ ।ଆଖିରେ ପ୍ରେମ ସୃଷ୍ଟି କରୁଥିବା ଇମୋଜି ଓ କାନ୍ଦୁଥିବା ଇମୋଜିକୁ ଲୋକମାନେ ସୋସିଆଲ ମିଡ଼ିଆରେ ବେଶି ମାତ୍ରାରେ ବ୍ୟବହାର କରିଥାନ୍ତି । ଜାପାନର ଡିଜାଇନ ଶିଗେତାକା କୁରିତା ମାତ୍ର ୨୫ ବର୍ଷ ବୟସରେ ଇମୋଜି ବିକଶିତ କରିଥିଲେ । ଇମୋଜିପିଡିଆର ପ୍ରତିଷ୍ଠାତା ଜେରେମୀ ବର୍ଗ ଇମୋଜିକୁ ସାରା ଦୁନିଆରେ ପହଞ୍ଚାଇବା ପାଇଁ ୧୭ ଜୁଲାଇକୁ ଇମୋଜି ଡେ ଭାବେ ଘୋଷଣା କରିଥିଲେ । ପ୍ରଥମ ଥର ପାଇଁ ୨୦୧୪ରେ ଇମୋଜି ଡେ’ ପାଳନ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ