Friday, October 2, 2026
22.9 C
Odisha

    ଇରାନରୁ ସ୍ବଦେଶ ଫେରିଲେଣି ୧୧୧୭ ଭାରତୀୟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଅପରସେନ ସିନ୍ଦୁର ଅନୁଯାୟୀ ଇରାନରୁ ୪ଟି ପର୍ଯ୍ୟାୟରେ ମୋଟ ୧୧୧୭ ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି। ଗତଶୁକ୍ରବାର ରାତି ୧୧ଟା ୩୨ ମିନିଟରେ ପ୍ରଥମ ଦଫାରେ ୨୯୦ ଛାତ୍ରଛାତ୍ରୀ ନୂଆଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଛନ୍ତି। ଶନିବାର ଦ୍ବିତୀୟ ଓ ତୃତୀୟ ଦଫାରେ ଯଥାକ୍ରମେ ୨୫୬ ଓ ୩୧୦ ଛାତ୍ରଛାତ୍ରୀ ସ୍ବଦେଶ ଫେରିଆସିଥିବା ଜଣାପଡିଛି। ୪ର୍ଥ ଦଫାରେ ୨୮୦ରୁ ଅଧିକ ଛାତ୍ରଛାତ୍ରୀ ଏବଂ ନାଗରିକ ଫେରିଛନ୍ତି। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ଅବତରଣ କରିବା ପରେ ଏହି ଛାତ୍ରଛାତ୍ରୀମାନନେ ‘ଭାରତ ମାତା କି ଜୟ’ ଏବଂ ‘ହିନ୍ଦୁସ୍ଥାନ ଜିନ୍ଦାବାଦ’ ସ୍ଲୋଗାନ ଦେଇଥିଲେ। ଏହି ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଅଭିଭାବକମାନେ ଭବ୍ୟ ସ୍ବାଗତ କରିଥିବା ଜଣାପଡିଛି। ଏହି ଛାତ୍ରଛାତ୍ରୀମାନେ ଇରାନର ତେହେରାନସ୍ଥିତ ଇସ୍‌ଲାମିକ ଆଜାଦ ବିଶ୍ବବିଦ୍ୟାଳୟ ଏବଂ ପଶ୍ଚିମ ଆଜରବୈଜାନ ପ୍ରଦେଶସ୍ଥିତ ଉର୍ମିଆ ମେଡିକାଲ ବିଶ୍ବବିଦ୍ୟାଳୟରେ ଏମବିବିଏସ ପାଠ୍ୟକ୍ରମରେ ଅଧ୍ୟୟନ କରୁଛନ୍ତି। ସ୍ବଦେଶ ଫେରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଧିକାଂଶ (ପ୍ରାୟ ୯୦ ପ୍ରତିଶତ) ଜାମ୍ମୁ-କାଶ୍ମୀର ବାସିନ୍ଦା ବୋଲି ଜଣାପଡିଛି। ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ଲାଗିଥିବା ପରିପ୍ରେକ୍ଷୀରେ ଭାରତ ସରକାର ଇରାନରୁ ଛାତ୍ରଛାତ୍ରୀଙ୍କୁ ସ୍ବଦେଶ ଫେରାଇ ଆଣୁଛନ୍ତି। ପ୍ରଥମେ ଏହି ଛାତ୍ରଙ୍କୁ ସଡକ ପଥରେ ଆର୍ମେନିଆ ଅଣାଯିବାପରେ ସ୍ବତନ୍ତ୍ର ବିମାନ ଯୋଗେ ସେମାନେ ଭାରତ ଆସିଥିଲେ। ତେବେ ଇରାନ ସରକାର ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ନିଜର ଆକାଶସୀମାକୁ ଖୋଲା ରଖିଥିବାରୁ ଶୁକ୍ରବାର ଓ ଶନିବାର ଏହି ଛାତ୍ରମାନେ ତେହେରାନରୁ ବିମାନ ଯୋଗେ ଭାରତ ଫେରିଥିବା ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ