Wednesday, September 16, 2026
26.1 C
Odisha

    ଇରାନରେ ନରସଂହାର କରୁଛି ଆତଙ୍କବାଦୀଙ୍କ ସେନା

    ଆଗକୁ ପଢନ୍ତୁ

    ତେହରାନ, : ଇରାନରେ ଇସଲାମିକ ସରକାରକୁ ଭୁଶୁଡ଼ାଇବା ପାଇଁ ଚାଲିଥିବା ଆନ୍ଦୋଳନକୁ ଦମନ କରାଗଲାଣି। ଦେଖିବା ମାତ୍ରେ ଆନ୍ଦୋଳନକାରୀଙ୍କ ଉପରେ ଗୁଳି କରାଯାଉଛି। ଅନେକଙ୍କୁ ଗିରଫ କରାଯାଇଛି। ସହାୟତା ଦେବାକୁ କହିଥିବା ଆମେରିକା ଚୁପ୍‌ ହୋଇ ରହିଛି। ଆରବ ଦେଶଗୁଡ଼ିକର ଚାପରେ ୱାସିଂଟନ ଇରାନରେ ଆକ୍ରମଣ କରିନାହିଁ ବୋଲି କୁହାଯାଉଛି। ମାତ୍ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ଖଣ୍ଡନ କରିଦେଇଛନ୍ତି। ସେ ନିଜେ ନିଜକୁ ବୁଝାଇ ଥିବା କହିଛନ୍ତି। ତେବେ ଆମେରିକା ରାଷ୍ଟ୍ରପତି ଆନ୍ଦୋଳନକାରୀଙ୍କୁ ଉସୁକାଇ ତାଙ୍କ ହତ୍ୟାର କାରଣ ପାଲଟିଛନ୍ତି। ଇରାନର ସର୍ବୋଚ୍ଚ ନେତା ଅୟତୁଲ୍ଲା ଅଲ ଖାମନେଇ ବିକ୍ଷୋଭଙ୍କୁ ଦମନ କରିବା ପାଇଁ ଗୁଳି ମାଡ଼ କରିବାକୁ ସେନାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସେନା ଏପରି କରିବାକୁ ମନା କରିଦେଇଥିଲା। ଏହା ପରେ ଖାମନେଇ ଭଡ଼ାରେ ଆତଙ୍କବାଦୀ ସଂଗଠନର ସଦସ୍ୟଙ୍କୁ ଆଣି ନରସଂହାର କରିଥିଲେ। ନିଜ ଦେଶର ହଜାର ହଜାର ନାଗରିକଙ୍କ ଜୀବନ ନେଇଥିଲେ। ଏଥିପାଇଁ ସିଆ ଆତଙ୍କବାଦୀ ସଂଗଠନ ଗୁଡ଼ିକର ସହାୟତା ନିଆଯାଇଥିଲା। ଧାର୍ମିକ ଯାତ୍ରା ନାମରେ ଇରାକରୁ ୫ ହଜାର ସଦସ୍ୟଙ୍କୁ ଡକା ଯାଇଥିଲା। ଏମାନେ ମଧ୍ୟରୁ କିଛି ହିଜବୁଲ୍ଲା ସହ ଜଡ଼ିତ ଅଛନ୍ତି। ଏହି ଭଡ଼ାଟିଆ ଆତଙ୍କବାଦୀ ଖାମନେଇଙ୍କ ନିର୍ଦ୍ଦେଶରେ ଆନ୍ଦୋଳନକାରୀଙ୍କ ଉପରେ ଗୁଳି ଚଳାଇ ଥିଲେ। ଫଳରେ ଅଚାନକ ମୃତ୍ୟୁସଂଖ୍ୟା ବଢ଼ିଥିଲା। ଏହା ଦେଖି ବିକ୍ଷୋଭ ଶାନ୍ତ ହେବାରେ ଲାଗିଥିଲା। ସରକାରୀ ଭାବେ ଆନ୍ଦୋଳନ ଜନିତ ମୃତ୍ୟୁସଂଖ୍ୟା ୩,୫୦୦ କୁହାଯାଇଛି। ମାତ୍ର ଅନ୍ୟ ରିପୋର୍ଟରେ ୧୨ ହଜାରରୁ ଅଧିକ ପ୍ରାଣ ହରାଇଥିବା ରିପୋର୍ଟ ପ୍ରକାଶ ପାଇଛି।
    ସୂଚନା ଅନୁଯାୟୀ, ଆନ୍ଦୋଳନକାରୀଙ୍କ ପ୍ରତି ଅନୁକମ୍ପା ନ ଦେଖାଇ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଖାମନେଇ ଚାହୁଁଥିଲେ। ସେଥିପାଇଁ ସେ ଇରାନ ଦକ୍ଷିଣ ସୀମା ସ୍ଥିତ ଇରାକ ରାଜ୍ୟ ମାୟସାନ ଏବଂ ବାସିତରୁ ଏହି ଆତଙ୍କବାଦୀଙ୍କୁ ଅଣା ଯାଇଥିଲା। ଏହି ଭଡ଼ାଟିଆ ସଦସ୍ୟ ସଶସ୍ତ୍ର ସଂଗଠନ ସହ ଜଡ଼ିତ ଥିଲେ। ଏମାନେ ଆତଙ୍କବାଦୀ ଗୋଷ୍ଠୀ ହିଜବୁଲ୍ଲାହ, ହରକତ ହିଜବୁଲ୍ଲାହ, ଅଲ-ନୁଜାବା, କତାଇବ ସୈଦ ଅଲ-ସୁହାଦା ଏବଂ ବଦ୍ର ସଂଗଠନ ସହ ଜଡ଼ିତ। ଏହି ସବୁ ଗୋଷ୍ଠୀ ତେହରାନର ଆନୁଗତ୍ୟ। ଇରାନର ରିଭୋଲ୍ୟୁସନାରୀ ଗାର୍ଡ ଏହି ସଂଗଠନ ଗୁଡ଼ିକୁ ଅର୍ଥ ଦେଉଛି। ଗତ ୧୧ ତାରିଖରେ ଏହି ୫ ହଜାର ସଦସ୍ୟଙ୍କୁ ୬୦ରୁ ଅଧିକ ୫୦ ସିଟ୍‌ ବିଶିଷ୍ଟ ବସ୍‌ରେ ଇରାନ ଅଣାଯାଇଥିଲା। ଏମାନଙ୍କୁ ସରକାରୀ କୋଠା, ସେନା ମୁଖ୍ୟାଳୟ ଆଦି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ମୁତୟନ କରାଯାଇଥିଲା। ଏହି ଆତଙ୍କବାଦୀ ମେସିନଗନ ଧରି ରାସ୍ତାରେ ବୁଲୁଥିବା ଦେଖାଯାଉଥିଲା। ଏମାନଙ୍କ ନରସଂହାର ଦେଖି ଭୟରେ ଆନ୍ଦୋଳନ ଶାନ୍ତ ପଡ଼ି ଯାଇଥିଲା। ଲୋକେ ଘରୁ ବାହାରକୁ ବାହାରିବାକୁ ଭୟ କରିଥିଲେ। ତେଣୁ ଏବେ କୌଣସି ବଡ଼ ବିକ୍ଷୋଭ ପ୍ରଦର୍ଶନ ହେଉନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.1 ° C
    26.1 °
    26.1 °
    83 %
    1.1kmh
    60 %
    Wed
    27 °
    Thu
    32 °
    Fri
    32 °
    Sat
    31 °
    Sun
    30 °

    ସମ୍ବନ୍ଧିତ