Thursday, October 8, 2026
22.2 C
Odisha

    ଇରାନର ସର୍ବୋଚ୍ଚ ସୁରକ୍ଷା ମୁଖ୍ୟ ଲାରିଜାନି ନିହତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଇସ୍ରାଏଲ୍-ଇରାନ ଯୁଦ୍ଧ ୧୫ ଦିନରେ ପହଞ୍ଚିଲାଣି । ଏହାରି ଭିତରେ ଇରାନର ସୁରକ୍ଷା ମୁଖ୍ୟ ଅଲୀ ଲାରିଜାନିଙ୍କ ମୃତ୍ୟୁ ହୋଇଛି । ଖାମେନେଇଙ୍କ ପରେ ଇରାନର ଜଣେ ପ୍ରଭାବଶାଳୀ ନେତା ଅଲୀ ଲାରିଜାନିଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ତେହେରାନରେ ହୋଇଥିବା ଏୟାରଷ୍ଟ୍ରାଇକରେ ଅଲୀ ଲାରିଜାନିଙ୍କର ମୃତ୍ୟୁ ହୋଇଥିବା ପୂର୍ବରୁ ଇସ୍ରାଏଲ ଦାବି କରିଥିଲା । ଖାମେନେଇଙ୍କ ପରେ ଲାରିଜାନିଙ୍କ ମୃତ୍ୟୁ ଇରାନ ପାଇଁ ବଡ଼ ଝଟକା ଲାଗିଛି ।

    ସୋମବାର ରାତିରେ ଇରାନର ରାଜଧାନୀ ତେହରାନ୍ ସମେତ ଅନେକ ସହର ଉପରେ ଏୟାରଷ୍ଟ୍ରାଇକ୍ କରାଯାଇଥିଲା । ଏହି ସମୟରେ ଇରାନର କ୍ଷମତାଶାଳୀ ଅଧିକାରୀ ଅଲୀ ଲାରିଜାନିଙ୍କୁ ଟାର୍ଗେଟ୍ କରାଯାଇଥିଲା । ଏବେ ଇରାନ ପକ୍ଷରୁ ଏ ସଂପର୍କରେ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଲାରିଜାନିଙ୍କ ମୃତ୍ୟୁ ହୋଇଥିବା ସ୍ୱୀକାର କରିଛି ତେହରାନ । ଲାରିଜାନିଙ୍କୁ ଇରାନର ପୂର୍ବତନ ସୁପ୍ରିମଲିଡର ଆୟୋତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ଅତି ଘନିଷ୍ଠ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.2 ° C
    22.2 °
    22.2 °
    88 %
    1.5kmh
    1 %
    Wed
    22 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ