Monday, May 6, 2024
41.1 C
Odisha

    ଇରାନ-ଇସ୍ରାଏଲ୍ ଯୁଦ୍ଧ ଭିତରେ ଆଶଙ୍କାରେ ଭାରତ, ବଢିପାରେ ସମସ୍ୟା

    ଆଗକୁ ପଢନ୍ତୁ

    ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଶାନ୍ତ ହେବାର ନାଁ ଧରୁନାହିଁ । କେବଳ ମଧ୍ୟପ୍ରାଚ୍ୟ ନୁହେଁ ପୁରା ବିଶ୍ୱର ଦୃଷ୍ଟି ଏବେ ଏହି ଦୁଇ ଶକ୍ତିଶାଳୀ ଦେଶ ଉପରେ ରହିଛି । ବିଶ୍ୱ ସାମ୍ନାରେ ଏକ ମହାଯୁଦ୍ଧ ପରି ସ୍ଥିତି ସୃଷ୍ଟି ହୋଇଛି । ଏହା ଭାରତ ସହ ବହୁ ଦେଶର ଚିନ୍ତା ବଢାଇ ଦେଇଛି । ଭାରତ ପାଇଁ ଏହା ଚିନ୍ତାର କାରଣ ହୋଇଛି କି ଯଦି ଇରାନ ଏହାର ହୋମୁର୍ଜ ଜଲଡମରୁମଧ୍ୟକୁ ଅବରୁଦ୍ଧ କରିଦେବ ତେବେ ଭାରତ ଲାଗି ଅଶୋଧିତ ତେଲ ଆମଦାନୀ ମୁସ୍କିଲ ହୋଇଯିବ । ଏହାଦ୍ୱାରା ଦେଶରେ ତେଲ ଓ ଏଲଏନଜିର ମୂଲ୍ୟ ବୃଦ୍ଧି ପାଇବ ।

    ଏଠାରେ ସୂଚାଇ ଦିଆଯାଇପାରେ କି ଏହି ଜଳଡମୁରୁମଧ୍ୟ ଦେଇ ଭାରତ ପରି ଦେଶ ସାଉଦୀ ଆରବ, ଇରାକ, ୟୁଏଇରୁ ଅଶୋଧିତ ତେଲ ଆମଦାନୀ କରିଥାଏ । ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଏପ୍ରିଲ ୧ରେ ସେତେବେଳେ ସୃଷ୍ଟି ହେଲା ଯେତେବେଳେ ଇସ୍ରାଏଲ ସେନା ସିରିଆରେ ଥିବା ଇରାନୀ ଦୂତାବାସ ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଇରାନର ଶୀର୍ଷ କମାଣ୍ଡରଙ୍କ ସହିତ ୧୩ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ଏହାପରେ ଇରାନ ଇସ୍ରାଏଲକୁ ଏହାର ପ୍ରତିଉତ୍ତର ଦେଇ ଇସ୍ରାଏଲ ଉପରେ ୩୦୦ରୁ ଅଧିକ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ମାଡ କରିଥିଲା । ପୁନର୍ବାର ଏହାର ଜବାବରେ ଗୁରୁବାର ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଥିଲା ।

    ତେବେ ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ମଧ୍ୟରେ ଅଶୋଧିତ ତେଲର ଦାମ୍ ବ୍ୟାରେଲ୍ ପ୍ରତି ୯୦ ଆମେରିକୀୟ ଡଲାରରରେ ପହଞ୍ଚିଯାଇଛି । ତେବେ ୨ ଦେଶ ମଧ୍ୟରେ ହିଂସାକୁ କମ୍ କରିବା ଲାଗି ବିଶ୍ୱ ସ୍ତରରେ ପ୍ରୟାସ ଜାରି ରହିଥିବା ବେଳେ ବିଶେଷଜ୍ଞ ଆଶଙ୍କା ପ୍ରକଟ କରିଛନ୍ତି କି ଯଦି ଇରାନ ହୋର୍ମୁଜ ଜଳଡମରୁମଧ୍ୟକୁ ଅବରୁଦ୍ଧ କରିଦେବ ତେବେ ତେଲ ଓ ଏଲଏନଜିର ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    41.1 ° C
    41.1 °
    41.1 °
    15 %
    1.9kmh
    30 %
    Mon
    42 °
    Tue
    41 °
    Wed
    40 °
    Thu
    40 °
    Fri
    40 °

    ସମ୍ବନ୍ଧିତ