Sunday, April 12, 2026
25.3 C
Odisha

    ଇରାନ-ଇସ୍ରାଏଲ ଯୁଦ୍ଧ : ବିଭିନ୍ନ ଦେଶର ଏୟାରସ୍ପେସ ବନ୍ଦ, ହଜାର ହଜାର ବିମାନ ବାତିଲ, ଯାତ୍ରୀ ହନ୍ତସନ୍ତ

    ଆଗକୁ ପଢନ୍ତୁ

    ଇସ୍ରାଏଲ ଏବଂ ଆମେରିକାର ମିଳିତ ଆକ୍ରମଣର ଜବାବ ଦେଇ ଇରାନ ଇସ୍ରାଏଲ ସହିତ କତର, କୁଏତ, ବାହରିନ, ୟୁଏଇ ସମତେ ଅନେକ ଦେଶ ଉପରେ ମିସାଇଲ ଆକ୍ରମଣ କରିଛି । ମଧ୍ୟପ୍ରାଚ୍ୟରେ ବଢୁଥିବା ତିକ୍ତତା ଯୋଗୁଁ ଅନେକ ଦେଶର ପ୍ରମୁଖ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ବିମାନ ସେବା ବନ୍ଦ ରହିଛି । ଫଳରେ ହଜାର ହଜାର ବିମାନ ଏବଂ ଲକ୍ଷାଧିକ ଯାତ୍ରୀ ପ୍ରଭାବିତ ହୋଇଛନ୍ତି । ଇରାନ, ଇସ୍ରାଏଲ, ଇରାକ, ୟୁଏଇ, ଜୋର୍ଡନ ଏବଂ ସିରିଆ ନିଜର ଏୟାରସ୍ପେସ ବନ୍ଦ କରିଦେଇଛି । ଯାହାଦ୍ବାରା ବିମାନ ସେବା ପ୍ରାଭବିତ ହୋଇଛି । ଏୟାର ଇଣ୍ଡିଆ ମିଡିଲି ଇଷ୍ଟରେ ସମସ୍ତ ବିମାନକୁ ବନ୍ଦ କରିଛି । ଅନେକ ଏୟାରଲାଇନ୍ସ କମ୍ପାନୀ ସପ୍ତାହେ ଯାଏଁ ସମସ୍ତ ସେବାକୁ ବାତିଲ କରିଛି ।

    ୧୧ଟି ବିମାନ ସେବାକୁ ବାତିଲ୍ କଲା ଏୟାର୍ ଇଣ୍ଡିଆ :

    -ମୁମ୍ବାଇ-ହିଥ୍ରୋ, ଦିଲ୍ଲୀ-ବର୍ମିଂହାମ, ଦିଲ୍ଲୀ-ଆମଷ୍ଟରଡାମ୍, ଦିଲ୍ଲୀ-ଜୁରିଚ୍ ବିମାନ ବାତିଲ୍

    -ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନ ବାତିଲ୍

    -ଦିଲ୍ଲୀ-ମିଲାନ, ଦିଲ୍ଲୀ-ଭିଏନା, ବେଙ୍ଗାଲୁରୁ-ହିଥ୍ରୋ ବିମାନ ସେବା ବାତିଲ

    -ଦିଲ୍ଲୀ-କୋପେନହେଗେନ, ଦିଲ୍ଲୀ-ହିଥ୍ରୋ ଓ ଦିଲ୍ଲୀ-ଫ୍ରାଙ୍କଫର୍ଟ ବିମାନ ବାତିଲ୍

    ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ମିସାଇଲରେ ଆକ୍ରମଣ ହେଉଛି । ତେଣୁ ପଡୋଶୀ ଦେଶ ନିଜର ଏୟାରସ୍ପେସ ବନ୍ଦ କରିଦେଇଛନ୍ତି । ଅନେକ ଦେଶର ଏୟାରପୋର୍ଟ ପ୍ରଭାବିତ ହୋଇଛି । ଦୁବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ, ଆବୁଧାବି ଇଣ୍ଟରନ୍ୟାସନାଲ ଏୟାରପୋର୍ଟ, ଦୋହା ଇଣ୍ଟରନ୍ୟାସନାଲ ଏୟାରପୋର୍ଟ, ଇସ୍ରାଏଲର ତେଲ ଅବବି ଏୟାରପୋର୍ଟ, ତେହରାନ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ପ୍ରମୁଖ ବନ୍ଦ ରହିଛି । କୁଏତ ଏବଂ ବାହାରିନ ମଧ୍ୟ ନିଜର ବିମାନବନ୍ଦର ବନ୍ଦ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.3 ° C
    25.3 °
    25.3 °
    20 %
    1.2kmh
    0 %
    Sun
    39 °
    Mon
    41 °
    Tue
    42 °
    Wed
    44 °
    Thu
    44 °

    ସମ୍ବନ୍ଧିତ