Friday, July 3, 2026
24.7 C
Odisha

    ଖାମେନେଇଙ୍କ ନିହତ ପରେ ଦେଶର ନୂଆ ସୁପ୍ରିମ ଲିଡର ହେଲେ ମୁଜତୋବା ଖାମେନେଇ, ନେବେ ବାପାର ପ୍ରତିଶୋଧ

    ଆଗକୁ ପଢନ୍ତୁ

    ତେହରାନ : ପୁଅ ନେବ ବାପା ହତ୍ୟାର ପ୍ରତିଶୋଧ । ଖାମେନେଇଙ୍କ ପୁଅ ନୂଆ ସୁପ୍ରିମ ଲିଡର । ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲି ଖାମେନେଇଙ୍କ ନିହତ ହେବା ପରେ ଦେଶର ନୂଆ ସୁପ୍ରିମ ଲିଡର ଭାବେ ତାଙ୍କ ପୁଅ ମୁଜତୋବା ଖାମେନେଇଙ୍କ ନାଁ ଘୋଷଣା କରାଯାଇଛି। ପ୍ରିୟଜନଙ୍କ ମୃତ୍ୟୁର ପ୍ରତିଶୋଧ ନିଆଯିବ ବୋଲି କହିଛନ୍ତି ମୁଜତାବା । ଏହି ଆକ୍ରମଣ ଜାରି ରହିବ ।

    ମୁଜତୋବା ୧୯୬୯ ମସିହାରେ ମଶହଦ ସହରରେ ଜନ୍ମ ହୋଇଥିଲେ । ଧାର୍ମିକ ମାହୋଲରେ ତାଙ୍କୁ ଶିକ୍ଷା ପ୍ରଦାନ କରାଯାଇଥିଲା । ଇରାକ ଯୁଦ୍ଧ ସମୟରେ ସେ ରିଭୋଲ୍ୟୁସନାରୀ ଗାର୍ଡ ଭାବେ କାର୍ଯ୍ୟ କରିଥିଲେ । ଦୀର୍ଘ ଦିନ ହେବ ତାଙ୍କୁ ପିତା ଖାମେନେଇଙ୍କ ଉତ୍ତରାଧିକାରୀ ଭାବେ ଅନେକ ଦେଖୁଥିଲେ । ସେ କୌଣସି ପଦ ପଦବୀରେ ନଥିଲେ ମଧ୍ୟ ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଥିଲେ ।

    ଜଣେ ବରିଷ୍ଠ ସିହା ଧର୍ମଗୁରୁ ଏବଂ ସିହା ବିଦ୍ୱାନ ନିଶ୍ଚିତ ଭାବେ ସର୍ବୋଚ୍ଚ ନେତା ଭାବେ ନିଯୁକ୍ତ ହେବେ । ୮୮ ଜଣ ବରିଷ୍ଠ ଧର୍ମଗୁରୁଙ୍କୁ ନେଇ ଗଠିତ ଆସେମ୍ବଲି ଅଫ୍ ଏକ୍ସପର୍ଟ୍ ତାଙ୍କୁ ଚୟନ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    94 %
    1.2kmh
    100 %
    Fri
    26 °
    Sat
    28 °
    Sun
    25 °
    Mon
    28 °
    Tue
    30 °

    ସମ୍ବନ୍ଧିତ