Thursday, April 9, 2026
32.4 C
Odisha

    ଇରାନ ଗୁଇନ୍ଦା ମନ୍ତ୍ରୀ ଇସମାଇଲ ଖାତିବଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ତେହରାନ  : ଇସ୍ରାଏଲର ଆକ୍ରମଣରେ ଇରାନ ଗୁଇନ୍ଦା ବିଭାଗ ମନ୍ତ୍ରୀ ଇସମାଇଲ ଖାତିବ ପ୍ରାଣ ହରାଇଛନ୍ତି। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍‌ଜ କହିଛନ୍ତି ଯେ, ମଙ୍ଗଳବାର ରାତିରେ ହୋଇଥିବା ଏକ ଏୟାର ଷ୍ଟ୍ରାଇକରେ ଇସମାଇଲ ଖାତିବ ପ୍ରାଣ ହରାଇଛନ୍ତି। ଏହା ସହ ଆଗାମୀ ସମୟରେ ବିଭିନ୍ନ ସ୍ଥାନରେ ଆହୁରି ବଡ଼ ଧରଣର ଘଟଣା ଘଟିପାରେ ବୋଲି ସେ ସୂଚନା ଦେଇଛନ୍ତି।

    ଗତ ଦୁଇ ଦିନରେ ଇରାନର ତିନି ପ୍ରମୁଖ ନେତା ଯୁଦ୍ଧରେ ପ୍ରାଣ ହରାଇବା ତେହରାନ ପାଇଁ ବଡ ଝଟ୍‌କା ହୋଇଛି। ସୋମବାର ରାତିରେ ହୋଇଥିବା ଆକ୍ରମଣରେ ଇରାନ ସୁରକ୍ଷା ମୁଖ୍ୟ ଅଲୀ ଲାରିଜାନି ଓ ବାସିଜ୍ ସାମରିକ ବାହିନୀର ମୁଖ୍ୟ ଘୋଲାମରେଜା ସୋଲେମାନିଙ୍କର ମୃତ୍ୟୁ ହୋଇଥିଲା। ଖାତିବଙ୍କ ମୃତ୍ୟୁ ସମ୍ପର୍କରେ ଇରାନ ରାଷ୍ଟ୍ରପତି ପେଜେସ୍‌କିଆନ ସ୍ବୀକାର କରିଛନ୍ତି। ଇସମାଇଲ୍ ଖାତିବ ଜଣେ ସିହା ମୌଲବୀ। ସେ ନ୍ୟାୟପାଳିକା ଓ ଗୁଇନ୍ଦା ମନ୍ତ୍ରଣାଳୟର ବିଭିନ୍ନ ପଦରେ କାର୍ଯ୍ୟ କରିଆସିଥିଲେ। ସେ ଇରାନର ରିଭୋଲ୍ୟୁସନାରୀ ଗାର୍ଡ ଭାବେ କାର୍ଯ୍ୟ କରିଥିଲେ। ଇସ୍ରାଏଲର ଏହି ଆକ୍ରମଣ ପରେ ଇରାନ ପାଲଟା ଆକ୍ରମଣ କରିଛି। ଇରାନ ନିଜର ଅତ୍ୟାଧୁନିକ ମିସାଇଲ ସାହାଯ୍ୟରେ ପାରସ୍ୟ ଉପସାଗରୀୟ ପଡ଼ୋଶୀ ଦେଶ ଏବଂ ଇସ୍ରାଏଲ ଉପରେ ଆକ୍ରମଣ କରିଛି। ତେଲ୍ ଆଭିଭ୍ ନିକଟରେ ଏହି ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    32.4 ° C
    32.4 °
    32.4 °
    28 %
    4kmh
    100 %
    Thu
    31 °
    Fri
    37 °
    Sat
    39 °
    Sun
    41 °
    Mon
    43 °

    ସମ୍ବନ୍ଧିତ