Monday, November 16, 2026
18.9 C
Odisha

    ଇସ୍ତଫା ଦେବେ ଜାପାନ ପ୍ରଧାନମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଆସନ୍ତା ମାସରେ ନିଜ ପଦରୁ ଇସ୍ତଫା ଦେବେ ବୋଲି ବୁଧବାର ଘୋଷଣା କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ କିଶିଦା କହିଛନ୍ତି, ସେ ଶାସକ ଲିବରାଲ ଡେମୋକ୍ରାଟିକ୍‌ ପାର୍ଟି (ଏଲ୍‌ଡିପି) ନେତା ପଦ ପାଇଁ ଆଉ ନିର୍ବାଚନ ଲଢ଼ିବେ ନାହିଁ। କାରଣ ଜନସାଧାରଣଙ୍କ ଆସ୍ଥା ବିନା ରାଜନୀତି ଚାଲିପାରିବ ନାହିଁ। ଦେଶର ରାଜନୈତିକ ସଂସ୍କାରକୁ ଆଗେଇ ନେବା ପାଇଁ ସେ ଏହି ଦୃଢ଼ ନିଷ୍ପତ୍ତି ନେଇଛନ୍ତି। ପ୍ରକାଶ ଯେ, ସେପ୍ଟେମ୍ବରରେ ଏଲ୍‌ଡିପି ନେତା ନିର୍ବାଚନ ଅନୁଷ୍ଠିତ ହେବ। ୨୦୨୧ରେ କିଶିଦା ରାଷ୍ଟ୍ରପତି ନିର୍ବାଚିତ ହେବା ପରଠୁ ତାଙ୍କ ରେଟିଙ୍ଗ୍ସ ହ୍ରାସ ପାଇବାରେ ଲାଗିଛି। ବିଶେଷକରି ବିବାଦୀୟ ୟୁନିଫିକେଶନ୍‌ ଚର୍ଚ୍ଚ ସହ ଏଲ୍‌ଡିପିର ସମ୍ପର୍କ ପ୍ରଘଟ ହେବା ପରେ ସେ ଲୋକପ୍ରିୟତା ହରାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    18.9 ° C
    18.9 °
    18.9 °
    75 %
    1.2kmh
    100 %
    Sun
    18 °
    Mon
    27 °
    Tue
    26 °
    Wed
    25 °
    Thu
    21 °

    ସମ୍ବନ୍ଧିତ